ଉମରକୋଟ ବ୍ୟବସାୟୀ ଙ୍କ ଉପରେ ଗୁଳିମାଡ଼

0
262

ନବରଙ୍ଗପୁର(ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଝୋରିଗାଁ ରୋଡ ପଞ୍ଜାବ ନ୍ୟାସନାଲ ବେଙ୍କ ସାମ୍ନାରେ ଅଜଣା ବ୍ୟକ୍ତି ଙ୍କ ଦ୍ଵାରା ସ୍ଥାନୀୟ ବ୍ୟବସାୟୀ ସଞ୍ଜୀବ ସୁବୁଦ୍ଧି ଙ୍କ ଉପରେ ଗୁଳିଚାଳନା। ଯୁବ ବ୍ୟବସାୟୀ ରାତି ପ୍ରାୟ ୯ଟା ୪୦ମିନିଟ୍ ସମୟରେ ଉମରକୋଟ ସହରରେ ହଠାତ୍ ଫୁଟିଲା ଗୁଳି ଆଉ ଏହି ଗୁଳିରେ ଉମରକୋଟ ସହରର ଯୁବ ବ୍ୟବସାୟୀ ଟି.ସଂଜୀବ ସୁବୁଦ୍ଧି ଗୁରୁତର ଆହତ ହୋଇଛନ୍ତି । ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଯୁବ ବ୍ୟବସାୟୀ ଟି.ସଂଜୀବ ସୁବୁଦ୍ଧି ନିଜ ବାଇକ୍ ଯୋଗେ ଝରିଗାଁ ଯିବା ରାସ୍ତାରେ ଥିବା ନିଜ ଘରକୁ ଫେରୁଥିଲେ । ରାତି ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ନିକଟରେ ହଠାତ୍ ୩ ଜଣ ଯୁବକ ଏକ କଳା ରଙ୍ଗର ପଲସର ବାଇକ ରେ ଆସି ତାଙ୍କୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଫଳରେ ତାଙ୍କ ଅଣ୍ଟାରେ ଗୁଳି ବାଜିଥିବା ଜଣାପଡ଼ିଛି ।ସୁବୁଦ୍ଧିଙ୍କୁ ଗୁଳି ବାଜିବା ପରେ ସେ ଗୁରୁତର ଆହତ ହୋଇ ବାଇକରୁ ତଳେ ପଡ଼ି ଯାଇଥିଲେ । ଗୁଳି ମାରିବା ପରେ ଘଟଣାସ୍ଥଳରୁ ଦୃତ ଗତିରେ ଚମ୍ପଟ ମାରିଥିଲେ । ଗୁଳି ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ମାନେ ବ୍ୟବସାୟୀ ସଂଜୀବଙ୍କୁ ଉଦ୍ଧାର କରି ଉମରକୋଟ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ । ଉମରକୋଟ ଡାକ୍ତରଖାନାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଖବର ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ଏବଂ ଡାକ୍ତରଖାନାକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଆଜିର ଏହି ଗୁଳିକାଣ୍ଡ ସହରବାସୀଙ୍କ ଏକ ପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି । ଉମରକୋଟ ଥାନା ପୁଲିସ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି ।

ରିପୋର୍ଟ -ବାଲା କ୍ରୀଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here