ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ୍ ଆସିବା ସନ୍ଧାନ ପାଇ ଆସାମୀ ଚମ୍ପଟ

0
269

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଣ୍ଡିମା ଛକ ନିକଟରେ ଗତକାଲି ରାତିରେ ପୁଲିସ ପେଟ୍ରୋଲିଂ ସମୟରେ ଓଡ଼ିଶାର ଗଜପତି ଜିଲ୍ଲାରୁ ପଶ୍ଚିମ ବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ବେଳେ କିଛି ଦୂରରୁ ପୋଲିସ ଆସିବା ସନ୍ଧାନ ପାଇ କାର ଛାଡି ଚୋରା ଚାଲାଣକାରୀ ଚମ୍ପଟ ମାରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଓଡ଼ିଶାର ଗଜପତି ଜିଲ୍ଲାର ଅଡବା ଥାନା ପକ୍ଷରୁ ଗତକାଲି ଗୁଣ୍ଡିମା ଛକ ଠାରେ ପେଟ୍ରୋଲିଂ ଚାଲିଥିବା ବେଳେ ଦୃତ ଗତିରେ ଏକ କାର ଆସୁଥିବା ଦେଖି ପୋଲିସ ଅଟକାଇବା ପାଇଁ ଉଦ୍ୟମ କରିଥିବା ବେଳେ ସଫଳ ହୋଇନଥିଲେ। । ଫଳରେ କିଛି ଦୂରରୁ ଗାଡି ଚାଳକ ତଥା ଚୋରା ଚାଲାଣକାରୀ ପୋଲିସ ଗାଡି ଆସିବା ଦେଖି କାରଟିକୁ ଅଟକାଇ ଦୈଡି ଜଙ୍ଗଲ ମଧ୍ୟରେ ପ୍ରବେଶ କରି ଫେରାର ହୋଇଯାଇଥିବା ଜଣାଯାଇଛି । ଡବ୍ଲ୍ୟୁବି ୦୬ ୦୦୬୧ କାରଟି ପଶ୍ଚିମବଙ୍ଗ ପରିବହନ ବିଭାଗରେ ପଞ୍ଜୀକୃତ ହୋଇଥିବା ଯୋଗୁଁ ଗଞ୍ଜେଇକୁ ପଶ୍ଚିମ ବଙ୍ଗ ଚୋରା ଚାଲାଣ କରାଯାଉଥିବା ସ୍ପଷ୍ଟ ହୋଇଛି । ଏହି ଚରାଚାଲାଣା କାରରୁ ୮୯କେଜି ଗଞ୍ଜେଇ ଉଦ୍ଧାର କରିବା ସହ ଗାଡିଟିକୁ ପୋଲିସ ଜବତ କରିଛି । ଘଟଣାକୁ ନେଇ ଅଡବା ଥାନାରେ ୪୧/୨୧ରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଚନ୍ଦନ କୁମାର ଦାସ କରୁଥିବାର ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here