ନାବାଳିକା ଅପହରଣ ଅଭିଯୋଗ ରେ ଅଭିଯୁକ୍ତ ଯୁବକ ଗିରଫ

0
314

ମୋହନା(ନ୍ୟୁଜଏକ୍ସଟ୍ରା) ଗଜପତି ଜ଼ିଲ୍ଲା ମୋହନା ଥାନା କୀଡାସିଂ ଗ୍ରାମର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ମୋହନା ପୋଲିସ। ଗିରଫ ଯୁବକ ଜଣକ ଚନ୍ଦ୍ରଗିରି ନଡ଼ିଆ ସାହିର ଡମ୍ବୁରୁ ପାଇକ,ସୂଚନା ପ୍ରକାରେ ଗତ ୧୦ ମାର୍ଚ୍ଚରେ ଯୁବକ ଜଣକ ନାବାଳିକା ଜଣକୁ ବିବାହର ପ୍ରଲୋଭନ ଦେଖେଇ ଘରୁ ଅପହରଣ କରିନେଇଥିଲା। ଏନେଇ ନାବାଳିକା ର ଅଜା ମୋହନା ଚାଇଲଡ୍ ଲାଇନରେ ଅଭିଯୋଗ କରିଥିଲେ।
ଚାଇଲଡ୍ ଲାଇନ ନାବାଳିକା ସହ ଯୁବକ ଜଣକୁ ଚନ୍ଦ୍ରଗିରି ବଜ଼ାରରୁ ଉଦ୍ଧାର କରି ମୋହନା ଥାନାକୁ ଆଣିଥିଲେ। ପରେ ନାବାଳିକା ର ଅଜାଙ୍କ ଲିଖିତ ଅଭିଯୋଗ ପ୍ରକାରେ ମୋହନା ପୋଲିସ ଏକ ମାମଲା ରୁଜୁକରି ନାବାଳିକାର ଡାକ୍ତରୀ ମଇନା କରିବା ସହ ଯୁବକ ଜଣକୁ ଗିରଫ କରିଛି । ଅନ୍ୟପଟେ ନାବାଳିକା ଜଣକ ମୋହନା ଚାଇଲଡ୍ ଲାଇନ ହେପାଜତରେ ରହିଛି, ପରବର୍ତ୍ତୀ ସମୟରେ ତାକୁ ଜ଼ିଲ୍ଲା ଶିଶୁମଙ୍ଗଳ ସମିତିକୁ ହସ୍ତାନ୍ତର କରାଯିବ ବୋଲି ଚାଇଲଡ୍ ଲାଇନ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟର: (ପି ସଞୀବ ରାଓ)

LEAVE A REPLY

Please enter your comment!
Please enter your name here