ଭଞ୍ଜନଗରରେ ଅବକାରୀ ଧରପଗଡ଼ ; ୮ ଗିରଫ

0
502

ଭଞ୍ଜନଗର (ନିଲୁ ବିଷୋୟୀ ) ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଅବକାରୀ ଉପ-ଅଧିକ୍ଷକ ଶ୍ରୀ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଅବକାରୀ ବିଭାଗ ତରଫରୁ ଭଞ୍ଜନଗର ଥାନା ଇଲାକାର ବିଭିନ୍ନ ସ୍ଥାନରେ ବ୍ୟାପକ ଧରପଗଡ କରାଯାଇଛି। ଏହି ଧରପଗଡରେ ଅବକାରୀ ବିଭାଗକୁ ବଡ ଧରଣର ସଫଳତା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ଆଠ ଜଣ ଆସାମୀକୁ ଅବକାରୀ ବିଭାଗ ଗିରଫ କରିଛି। ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ଜିଲୁଣ୍ଡି, ବଡକୋଦଣ୍ଡା, ସିଆପଦର, ମୁଜାଗଡ଼, ଜୟମଙ୍ଗଳ, ବେଡିଗବା, ମରାଠୀ ସାହି, ନାହାତୋଟା ସାହି ପ୍ରଭୁତି ଗ୍ରାମରେ ବ୍ୟାପକ ଚଢାଉ କରି 10680 ଲିଟର ଗୁଡ ମିଶ୍ରିତ ପୋଚ ନଷ୍ଟ କରାଯିବା ସହ 1256 ଲିଟର ହାତ ରନ୍ଧା ଚୋରା ମଦ ଜବତ କରାଯାଇଛି। ଏ ନେଇ ସହ 12 ଗୋଟି ଅବକାରୀ କେସ ରୁଜୁ କରାଯାଇଛି । ଏଥି ସହିତ ଏହି ବେଆଇନ କାରବାର ରେ ସମ୍ପୁର୍କ୍ତ ଥିବା ଅଭିଯୋଗରେ ଜଣେ ମହିଳା ସମେତ 8 ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ଏହି ବଡ ଧରଣର ଚଢାଉରେ ଆସିକା ଅବକାରୀ ନିରୀକ୍ଷକ ଧିରେନ କୁମାର ବେହେରା, ଅବକାରୀ ଷ୍ଟ୍ରାକିଙ୍ଗ ଫୋର୍ସ ଇନସପେକ୍ଟର ପ୍ରତିଧାରା ନାୟକ,ଅବକାରୀ ଉପ-ନିରୀକ୍ଷକ ପାର୍ଥ ସାରଥୀ ରାଉତ, ଜିଲ୍ଲା ଅବକାରୀ ଷ୍ଟ୍ରାକିଙ୍ଗ ଫୋର୍ସ ସବ -ଇନିସ୍ପେକ୍ଟର ଦୁର୍ଯ୍ୟୋଧନ ଦିଗାଲ ସମେତ ଜିଲ୍ଲାର ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ | ଆଗାମୀ ଦିନରେ ଏଭଳି ଚୋରା କାରବାରରେ ଲିପ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଗକୁ ଚଢାଉ ବ୍ୟାପକ କରାଯିବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି |

LEAVE A REPLY

Please enter your comment!
Please enter your name here