ପ୍ରେମୀଯୁଗଳଙ୍କ ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ଉଦ୍ଧାର।

0
288

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନରେ ଥିବା କଣ୍ଟାଗଡ ଗ୍ରା ପଞ୍ଚାୟତର ଆରିବା ଗ୍ରାମର ଏକ ଘରେ ରକ୍ତାକ୍ତ ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏହି ଘଟଣାରୁ ପ୍ରକାଶ, ମୃତ ପ୍ରେମୀଯୁଗଳ ହେଲେ ତାଲୁରୁ ଶ୍ରୀନୁ ବୟସ ଆନୁମାନିକ (୨୮) ଓ ଏସ୍‌. ଡିଲେଶ୍ୱରୀ ବୟସ ଆନୁମାନିକ (୨୧) । ଉଭୟଙ୍କ ମଧ୍ୟରେ ଗତ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ପ୍ରେମ ସମ୍ପର୍କ ଚାଲିଥିବା ବେଳେ । ହେଲେ ଏହାକୁ ଝିଅ ଘରେ ବିରୋଧ କରି ଆସୁଥିଲେ । ଗତକାଲି ସନ୍ଧ୍ୟା ସମୟରେ କୌଣସି କାରଣ ବସତଃ ପ୍ରେମିକ ଶ୍ରୀନୁ ପ୍ରେମିକା ଡିଲେଶ୍ୱରୀଙ୍କ ଘରକୁ ଆସିଥିଲେ । କିଛି ସମୟ ପରେ ଗ୍ରାମ ସାରା ପ୍ରଚାର ହେଲା ପ୍ରେମୀଯୁଗଳଙ୍କ ମୃତ ଦେହ ରକ୍ତାକ୍ତ ଅବସ୍ତାରେ ପ୍ରେମିକାର ଘରେ ପଡି ରହିଛି । କେତେକ ଏହି ଶବ ଦୁଇଟିକୁ ଦେଖି ସନ୍ଦେହ ଜନକ ବୋଲି ଆଲୋଚନା କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ଦୁଇ ଜଣ ପ୍ରେମୀଯୁଗଳ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଅନ୍ୟ କେତେକ ଗ୍ରାମବାସୀ ଚର୍ଚ୍ଚା ଚଳାଇଛନ୍ତି । ଏହି ଉଭୟଙ୍କ ଘର ଆରିବା ଗ୍ରାମର ବଡସାହି ଅଟେ । ଘଟଣା ସମ୍ପର୍କରେ ଗୁରାଣ୍ଡି ଥାନା ପୋଲିସ ରାତ୍ର ୮ଘଣ୍ଟା ସମୟରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନୁସନ୍ଧାନ କରାଯିବ ବୋଲି ଗୁରାଣ୍ଡି ଥାନା ଏସ୍‌ଆଇ ଲୋକନାଥ ବେହେରା ସୂଚନା ଦେଇଥିଲେ । ଆଜି ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା କହିଛନ୍ତି, ଘଟଣା ନେଇ ଏକ ମାମଲା ରୁଜୁ ହୋଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଆସି ପହଞ୍ଚିଛି ଆବଶ୍ୟକୀୟ ପଞ୍ଚନାମା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ତଦନ୍ତ ଓ ଅନୁଧ୍ୟାନ କରିଛନ୍ତି । ଏହାପରେ ଦୁଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି

LEAVE A REPLY

Please enter your comment!
Please enter your name here