ଖଲ୍ଲିକୋଟ ଅବକାରୀ ଥାନା ସମ୍ମୁଖରେ ଅବକାରୀ ବିଭାଗ ଦ୍ଵାରା ୩୨ କେଜି ଗଞ୍ଜେଇ ସହ ଅଟୋ ଜବତ,୩ ଗିରଫ

0
474

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଗଞ୍ଜେଇ ଚୋରା ଚାଲାଣ ବେଳେ ଖଲ୍ଲିକୋଟ ଅବକାରୀ ବିଭାଗ ଦ୍ଵାରା ଆଜି ୩୨ କେଜି ଗଞ୍ଜେଇ ସହ ଗୋଟିଏ ଅଟୋ କୁ ଜବତ କରାଯାଇଛି ଏବଂ ଏଥିରେ ସମ୍ପୃକ୍ତ ୩ ଜଣ ଙ୍କୁ ଗିରଫ କରାଯାଇଛି । ଆଜି ଭୋର ସାଢ଼େ ପାଞ୍ଚ ଟାରେ ଏକ ଅଟୋ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ଖଲ୍ଲିକୋଟ ଅବକାରୀ ବିଭାଗ ନିକଟରେ ପହଞ୍ଚି ଥିଲା । ଖଲ୍ଲିକୋଟ ଅବକାରୀ ଭାରପ୍ରାପ୍ତ ଅଧିକାରୀ ଅଜିତ କୁମାର ପାତ୍ର ଅନ୍ୟ କର୍ମଚାରୀ ଙ୍କ ସହ ଅବକାରୀ ଥାନା ସମ୍ମୁଖରେ ପ୍ରସ୍ତୁତ ରହି ଉକ୍ତ ଅଟୋ କୁ ଅଟକାଇ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ ।ସେଥିରେ ଥିବା ୩୨ କେଜି ଗଞ୍ଜେଇ ସହ ଅଟୋ ନମ୍ବର OD07 AE 7027 କୁ ଜବତ କରିଥିଲେ ।ଅଟୋ ରେ ଥିବା ପୁସ୍ତପୁର ଗ୍ରାମର ଦେବାନନ୍ଦ ଭୂୟାଁ ,ଭାଟପଡା ଗ୍ରାମର ଶଙ୍କର ସ୍ବାଇଁ ,ମଲ୍ଲିକେଶ୍ୱର ଗ୍ରାମର ନାରାୟଣ ପ୍ରଧାନଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଏ ସମ୍ପର୍କରେ ଖଲ୍ଲିକୋଟ ଅବକାରୀ ଥାନା କେସ ନମ୍ବର ୩୩/୨୦୨୧-୨୨ ଅନୁସାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here