ଦୁଇ ବାଇକ ମୁହାଁମୁହିଁ ଧକ୍କା ;ଜଣେ ଗୁରୁତର

0
432

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲା ସୋରଡ଼ା ଥାନା ଅଧିନ ବରାଡି ଗ୍ରାମରେ ରାସ୍ତା ଉପରେ ଦୁଇ ବାଇକ ଧକ୍କାରେ ପ୍ରକାଶ ନାୟକ (୪୫) ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।ମିଳିଥିବା ସୂଚନା ମୁତାବକ ପ୍ରକାଶ ନିଜ ଗ୍ରାମ ରାମଚନ୍ଦ୍ରପୁର ରୁ ସୋରଡା ଯାଉଥିବା ସମୟରେ ରବି ଗୌଡ଼ଙ୍କ ଗାଡି ସହ ଧକ୍କା ହୋଇଥିଲା । ସନ୍ଧ୍ୟା ପ୍ରାୟ 7.10 ସମୟରେ ଦୁଇ ବାଇକ ବରଡ଼ି ଗ୍ରାମ ଠାରେ ଧକ୍କା ହୋଇଥିଲା ଫଳରେ ଉଭୟ ବାଇକ ଚାଳକ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଉଭୟ ଙ୍କୁ ଉଦ୍ଧାର କରି 108 ଆମ୍ବୁଲେନ୍ସ ଯୋଗେ ସ୍ଥାନୀୟ ମେଡିକାଲ କୁ ପଠାଇଥିଲେ। ହେଲେ ସେଠାରୁ ପ୍ରକାଶ ଙ୍କୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here