ସିଲ ହୋଇଥିବା ମାଟିଆ ସାହିରେ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ମାସ୍କ ବଣ୍ଟନ

0
570

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ ହୋଇଥିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତର ମାଟିଆ ସାହି ଗ୍ରାମରେ ଆଜି ଆର୍ଟ ଅଫ୍ଆ ଲିଭିଂ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଛି l ଉକ୍ତ କାର୍ଯ୍ୟରେ ସ୍ଵେଚ୍ଛାସେବୀ ଦେବାଶିଷ ମହାରଣାଙ୍କ ସହ ଲଚ୍ଛିପୁର ଗ୍ରାମର ଯୁବ ସଂଗଠକ କୈଳାଶ ସାହୁ, ପ୍ରଶାନ୍ତ କୁମାର ପରିଡା, ବାବୁ ସାହୁ ଆଦି ଯୋଗଦେଇ ସହଯୋଗ କରିବା କରି ଲୋକଙ୍କୁ ସଚେତନ କରିବା ସହିତ ଗାଁ ବାହାରକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ l ସୂଚନା ଥାଉକି ମାଟିଆ ସାହିର 53 ଜଣ ମହିଳା ଓ ପୁରୁଷ କଟକ ଓ ଭୁବନେଶ୍ଵର ରୁ ଆସିବା ଖବର ପାଇବା ପରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବେଗୁନିଆପଡ଼ା ବିଡିଓ ବେଦବର ପ୍ରଧାନ, କୋଦଳା ଥାନା ଆଇ ଆଇ ସି ଦେବାଶିଷ ମହାନ୍ତି ଓ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ଏହି ଗାଁକୁ ଆସି ସିଲ୍ କରିବା ସହ ଗାଁ ବାହାରକୁ ନଯିବା ପାଇଁ ପରମର୍ଶ ଦେଇଥିଲେ l

LEAVE A REPLY

Please enter your comment!
Please enter your name here