ପୋଲ ନିର୍ମାଣ ପାଇଁ ନିୟୋଜିତ ହେଉଛନ୍ତି ନାବାଳିକା ଶିଶୁ ଶ୍ରମିକ, ଠିକାରେ ଖଟାଉଛନ୍ତି ଦଲାଲ୍

0
272

ନବରଙ୍ଗପୁର(କ୍ରିଷ୍ଣା ସାହୁ) ନବରଙ୍ଗପୁର ଜିଲ୍ଲା ଚନ୍ଦlହାଣ୍ଡିରେ ଶ୍ରମ ଆଇନ କୁ ଅଣଦେଖା, ଗ୍ରାମ ଉନ୍ନୟନ ବିଭାଗ ର ମନମୁଖୀ ତଥା ନିମ୍ନ ମାନର କାର୍ଯ୍ଯ l ଏ ହେଉଛି ଗ୍ରାମ ଉନ୍ନୟନ ବିଭାଗର ମନମୁଖୀ କାର୍ଯ୍ଯ କଳାପ , କମ୍ ଟଙ୍କା ପ୍ରଦାନ କରି ବଡ଼ ବଡ଼ ଶ୍ରମିକଙ୍କ ବଦଳରେ କେବଳ ନିୟୋଜିତ କରାଯାଉଛି କମ୍ ବୟସର ସରଳ ଶିଶୁଙ୍କୁ l କାମ ବି ଚାଲୁ ରହିଛି ଦିର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ , ହେଲେ ବର୍ଷ ତମାମ ଚାଲୁ ରହିଛି କଙ୍କ୍ରିଟ୍ ଛଡରେ କାମ, ତଥାପି ବନ୍ଦ ହେଇନି ଶିଶୁ ଶ୍ରମିକଙ୍କୁ ନିୟୋଜନ କରିବା l ନାବାଳିକା ମାନଙ୍କୁ କାମରେ ନିୟୋଜନ କରାଯାଉଛି ଦଲାଲ୍ ମାଧ୍ୟମରେ ଓ ମାଲlମାଲ ହେଉଛନ୍ତି ଦଲାଲ୍ ଓ ଠିକାଦାର l ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ଅନ୍ତଃସ୍ଥ ସନ୍ଧିମୁଣ୍ଡା -ଧୁରୁଆପଥରl ତେଲନଦୀ ବିଜୁ ସେତୁ କାର୍ଯ୍ୟର l ଏଲ୍ ଏନ୍ ଆଇ ସି ପ୍ରାଇଭେଟ୍ ଲିମିଟେଡ୍ ଠିକା ସଂସ୍ଥା ଦ୍ଵାରା ନିର୍ମାଣ ହେଉଥିବା ଉକ୍ତ ପୋଲ କାମ ଟି ନିମ୍ନମାନର ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହି କାମକୁ ଜଣେ ଶ୍ରମିକ ଦଲାଲ୍ ମାଧ୍ୟମରେ ନାବାଳିକା ଶିଶୁମାନଙ୍କୁ ଲଗାଇ ଦୈନିକ ଆଠ ରୁ ନଅ ଘଣ୍ଟା ଖଟାଇ ଦେଢ଼ ଶହ ରୁ ଦୁଇ ଶହ ଟଙ୍କା ପାଉଣା ନାବାଳିକାମାନେ ପାଉଥିବା ବେଳେ ପ୍ରକୃତ ଘଟଣାର ତଥ୍ୟ ଆମର ପ୍ରତିନିଧି ଙ୍କ ନଜରରେ ଭିନ୍ନ ଏକ ରୂପ ର ପ୍ରତି ଛବି ର ରୂପ ଦେଖିବାକୁ ମିଳିଥିଲା l ଠିକା ସଂସ୍ଥା ଦୈନିକ ସରକାରୀ ଧାର୍ଯ୍ଯ ମଜୁରୀ ବଦଳରେ ନାବାଳିକାଙ୍କୁ କାମର ସମ୍ପୂର୍ଣ୍ଣ କରଣ ପାଇଁ ଠିକାରେ ଖଟାଉଥିବା ବେଳେ ଦଲାଲ୍ ଶୁକଧର ଲହରା ନାବାଳିକା ଶିଶୁ ଶ୍ରମିକମାନଙ୍କୁ ଦୈନିକ ଦେଢ଼ଶହ ଟଙ୍କା ଧରାଇ ବାକି ଟଙ୍କା ନିଜେ ଆତ୍ମସାତ୍ କରୁଥିବା ଖବର ବିଶେଷ ସୂତ୍ରରୁ ଜଣାପଡିଛି l ତେବେ ଉକ୍ତ ବିଜୁସେତୁ କାର୍ଯ୍ୟର ନିମ୍ନମାନର କାମକୁ ସ୍ଥାନୀୟ ସନ୍ଧିମୁଣ୍ଡା ଗ୍ରାମବାସୀ ବୃନ୍ଦ ଅଭିଯୋଗ କରିଆସୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏହି କାର୍ଯ୍ୟ ର ଆରମ୍ଭ ରୁ ନିମ୍ନମାନର ହେଉଥିବା ଜାଣି ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବା ବେଳେ ବେନିୟମ ଭାବେ ନାବାଳିକା ଶିଶୁ ମାନଙ୍କୁ ଶ୍ରମିକ ଭାବେ ଖଟାଇ କାମରେ ନିୟୋଜିତ କରିବା କେତେ ଦୂର ଯଥାର୍ଥତା ଏହା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି l ତେବେ ଏଥିନେଇ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି l ତେବେ ଆମର ଗଣ ମାଧ୍ୟମ ପ୍ରତିନିଧି ଏହାର ପ୍ରତିକ୍ରିୟା ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରିବାକୁ ଚାହିଁଥିଲେ ହେଁ ଯୋଗାଯୋଗ ହୋଇପାରି ନଥିଲା।

LEAVE A REPLY

Please enter your comment!
Please enter your name here