ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ସହୀଦ୍ ଯବାନ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି

0
391

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଜଗନ୍ନାଥ ପ୍ରସାଦ ଠାରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ସହୀଦ୍ ଯବାନ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି । ଆଜିର ଦିନକୁ ପ୍ରେମୀ ଯୁଗଳ ମାନେ ପ୍ରେମ ଦିବସ ମନାଇ ଥିବା ବେଳେ ସ୍ଵେଚ୍ଛାସେବୀ ମାନେ କଳା ଦିବସ ପାଳନ କରି ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କାହିଁକି ନା ଆଜି ଦିନରେ ପୁଲୱାମା ଆକ୍ରମଣରେ ଦେଶପାଇଁ ଅନେକ ବୀର ଯବାନ ସହିଦ୍ ହୋଇଥିଲେ। ସହୀଦ ହୋଇଥିବା ଆମ ସମସ୍ତ ସାହସୀ ଅମର ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଏକ କ୍ୟାଣ୍ଡେଲ୍ ଶୋଭା ଯାତ୍ରା କରଞ୍ଜେଇ ମନ୍ଦିର ଠାରୁ ଆରମ୍ଭ କରି ଜଗନ୍ନାଥ ପ୍ରସାଦ ମେନ ରୋଡ ବରଗଚ୍ଛ ଶିବ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।  ଆଞ୍ଚଳିକ ଡିଗ୍ରୀ କଲେଜର ଯୁବ ପରାମର୍ଶଦାତା ସରୋଜ କୁମାର ନାୟକ ଙ୍କ ନେତୃତ୍ଵରେ ୨୫ ରୁ ଅଧିକ ଯୁବ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ଦେଶପାଇଁ ଲଢ଼ି ସହିଦ ହୋଇଥିବା ସହିଦ ଜବାନ ମାନଙ୍କ ପାଇଁ ଏକ  ୨ ମିନିଟ ନୀରବ ପ୍ରାର୍ଥନା ମେଇନ୍ ରୋଡ ରାଧା କୃଷ୍ଣ ମନ୍ଦିର, ନିକଟରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର ଓ ସାମାଜ ସେବି ମାନସ ରଞ୍ଜନ ପରିଛା, ସତ୍ୟ ନାରାୟଣ ବେହେରା, ଜଗନ୍ନାଥ ପ୍ରଧାନ ଯୋଗଦେଇ ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶ ପାଇଁ ବୋର୍ଡର ରେ ଲଢୁଥିବା ବୀର ଯବାନ ମାନଙ୍କ ଜୀବନ ଶୈଳୀ ଓ ଦେଶ ପାଇଁ ସେମାନଙ୍କ ଉତ୍ସଗିକୃତ ସେବା ବିଷୟରେ ଅଭି ଭାଷଣ ଦେଇଥିଲେ ଏବଂ ଆମେ ସ୍ଵେଚ୍ଛାସେବୀ ମାନେ ଆମ ଅଞ୍ଚଳରେ ରହି ନିଜକୁ ସମାଜ ସେବା ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ସାମିଲ୍ କରି ନିଜକୁ ଗୋଟିଏ ସୈନିକ ହେବାକୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଶୋକ ବାରିକ, ବିଶ୍ଵ ଭୂଷଣ ସାହୁ, ଚନ୍ଦନ ସେନାପତି, କେଶବ ଭୋଇ, ସମୀର ରଞ୍ଜନ ପାତ୍ର, ଗୌତମ ପଣ୍ଡା, ବାଦଲ, ରଞ୍ଜିତ, କାହ୍ନା, କାମେଶ୍ୱର ପ୍ରଭୃତି ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସରୋଜ କୁମାର ନାୟକ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here