ମହିଳା ଗୃହରକ୍ଷୀଙ୍କ ସନ୍ଦେହ ଜନକ ମୃତ୍ୟୁ ;ବନ୍ଦ ଘରୁ ମିଳିଲା ଶବ

0
385

ଭଞ୍ଜନଗର(ନିଲୁ ବିଷୋୟୀ) ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ ସମୟ ଧରି ଭଞ୍ଜନଗର ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଶୈଳବାଳା ନାୟକ(୪୫)ଙ୍କ ଅସ୍ବ।ଭାବିକ ଭାବେ ମୃତ୍ୟୁ ଘଟଛି। ଶନିବାର ତାଙ୍କର ବନ୍ଦ ଘରୁ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ କେସ୍ ନମ୍ବର ୬/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ସେ ଚାକୁଣ୍ଡାପଲ୍ଲୀ ଗ୍ରାମ ନିକଟରେ ଏକୁଟିଆ ରହୁଥିବା ବେଳେ ଗତ ଗୁରୁବାର ଦିନ ଡ୍ୟୁଟି ସାରି ରାତିରେ ଘରକୁ ଫେରିଥିଲେ। ସେହିଦିନ ସ୍ବାସ୍ଥ ଅସୁସ୍ଥ ଥିବା ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ। ଗତକାଲି ସେ ଡ୍ୟୁଟିକୁ ଆସି ନଥିଲେ। ମହାଗୁଡ଼ାରେ ରହୁଥିବା ଶୈଳଙ୍କ ଭାଇ ବାରମ୍ବାର ଫୋନ କରିଥିଲେ ମଧ୍ୟ ଉତ୍ତର ଦେଇନଥିଲେ। ଶନିବାର ଶୈଳଙ୍କ ମୋବାଇଲ୍ ନମ୍ବର ସୁଇଚ ଅଫ୍ କହିବାରୁ ତାଙ୍କ ଭାଇ ଚାକୁଣ୍ଡାପଲ୍ଲୀ ଆସି ଦେଖିବା ବେଳେ ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ସେ ଖାଇବା ଥାଳି ନିକଟରେ ପଡି ରହିଥିଲେ। ତୁରନ୍ତ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶନିବାର ଶବ ବ୍ୟବଚ୍ଛେଦ ହେବାପରେ ଥାନା ନିକଟରେ ଥାନା ଅଧିକାରୀଙ୍କ ସମେତ ସମସ୍ତ ଅଧିକାରୀ,ପୁଲିସ୍ କର୍ମଚାରୀ ଏବଂ ପି.ହେମନ୍ତ କୁମାରଙ୍କ ନେତୃତ୍ବରେ ହୋମଗାର୍ଡ଼ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here