ପାପଡାହାଣ୍ଡି ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ ନିଧି ସଂଗ୍ରହ ଅଭିଯାନ

0
312

ଡାବୁଗାଁ (ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ପାପଡାହାଣ୍ଡି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ , ବିଶ୍ୱ ହିନ୍ଦୁ ପରିଷଦ , ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଭାଗ ନେଇ ନିଧି ସଂଗ୍ରହ କରୁଛନ୍ତି । ପାପଡ଼ାହାଣ୍ଡି ନିଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ବ୍ଲକର ୨୩ଟି ପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଘରୁ ଫେବ୍ରୁଆରି ୧୦ତାରିଖ ସୁଦ୍ଧା କିଭଳି ପହଞ୍ଚି ନିଧି ସଂଗ୍ରହ କରାଯିବ ସେହି ସଂପର୍କରେ ଆଲୋଚନା କରାଯାଇଥିଲା । ଏଥି ନିମନ୍ତେ ୨୩ଟି ପଞ୍ଚାୟତ ସ୍ତରରେ ନିଧି ସଂଗ୍ରହ ନିମନ୍ତେ କର୍ମକର୍ତ୍ତାଙ୍କୁ ଦାୟିତ୍ବ ଦିଆଯାଇଛି । ନୀଳକଣ୍ଠେଶ୍ବରଙ୍କୁ ପୂଜାର୍ଚ୍ଚନା ପରେ କୁପନ ଦେଇ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ନିଧି ସଂଗ୍ରହ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ପି.ଭେଙ୍କଟ ରାଓ , ହରି ମୋହନ ଶର୍ମା , ହରି ପାଣିଗ୍ରାହୀ , ଶଙ୍କରଲାଲ ଅଗ୍ରୱାଲ , ବି.ରାମବାବୁ , କୃତ୍ତିବାସ ପାତ୍ର , ସତପାଲ ଚୌଧୁରୀଙ୍କ ସହ ଅନ୍ୟମାନେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here