ନିଆରା ଢଙ୍ଗରେ ନିଜ ଜନ୍ମ ଦିନ ପାଳିଲେ ବ୍ରଜନଗର ଉନ୍ନୟନ ପରିଷଦ କାର୍ଯକାରୀ ସଭାପତି

0
275

ବ୍ରହ୍ମପୁର : ସହର ସନ୍ନିକଟ ତଥା ସହରତଳି ଅଞ୍ଚଳ ରୂପେ ପରିଚିତ ବ୍ରଜନଗର ର ବାସିନ୍ଦା ତଥା ବ୍ରଜନଗର ଉନ୍ନୟନ ପରିଷଦର କାର୍ଯକାରୀ ସଭାପତି ଶ୍ରୀ ଗଣେଶ ଦାସ ନିଜର ତେଷଠି ତମ ଜନ୍ମଦିବସ ପାଳନ ଅବସରରେ ଏକ ସ୍ମରଣୀୟ ଏବଂ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ଫଣ୍ଡକୁ ଏଗାର ହଜାର ଶହେ ଏଗାର ଟଙ୍କାର ଏକ ଡ୍ରାଫ୍ଟ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ ଙ୍କୁ ପ୍ରଦାନ କରିଛନ୍ତି।ଏହି ଅବସରରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସେବା ମନୋଭାବକୁ ଭୂୟି ଅସି ପ୍ରଶଂସା କରିଥିଲେ। ଏତଦବ୍ୟତୀତ ଶ୍ରୀ ଦାସ ଗୁଡସ୍ ରୋଡ ସ୍ଥିତ ବ୍ଲାଇଣ୍ଡ ସ୍କୁଲକୁ ପାଞ୍ଚ ହଜାର ଟଙ୍କାର ରାସନ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ। ତାଙ୍କର ଏହି ମହତ୍ କାର୍ଯ୍ୟକୁ ବ୍ରଜନଗର ଉନ୍ନୟନ ପରିଷଦ ତରଫରୁ ସଂପାଦକ ସଂଜୀବ କୁମାର ପଟ୍ଟନାୟକ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here