କାର ଧକ୍କାରେ ଯୁବକ ଗୁରୁତର

0
449

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ଥାନା ଅଧିନ ଦଦରାଲୁଣ୍ଡା ଛକ ନିକଟରେ ଏକ ଅଜଣା କାର ଧକ୍କା ରେ ଜିତୁ ସେଠି (୨୫) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ସ୍ଥାନୀୟ ଲଷ୍ମୀପଲ୍ଲୀ ଗ୍ରାମର ଜିତୁ କଳିଙ୍ଗା ପଟୁ ବସ ଯୋଗେ ଆସି ଦଦରାଲୁଣ୍ଡା ଛକ ନିକଟରେ ଓଲାଇଥିଲେ। ଉକ୍ତ ଛକ ନିକଟରେ ତାଙ୍କୁ ଏକ ଅଜଣା କାର ସାମ୍ନା ପଟୁ ଧକ୍କା ଦେଇଚାଲି ଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଜିତୁର ମସ୍ତିଷ୍କ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାକୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରିଛନ୍ତି

LEAVE A REPLY

Please enter your comment!
Please enter your name here