ପରିମଳ ପାଇଁ ସଚେତନତା, ଅମାନ୍ୟ କଲେ ଆଦାୟ ହେବ ଜରିମାନା

0
274

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ବୁଗୁଡା ଏନ.ଏ.ସି. ତରଫରୁ ସମସ୍ତ ଜନସାଧାରଣ ଓ ସମସ୍ତ ବ୍ୟବସାୟୀ ମାନଙ୍କୁ ବୁଗୁଡା ସହରକୁ ସଫା ସୁତୁରା ରଖିବା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ପ୍ରତ୍ୟେକ ୱାର୍ଡରେ ପରିମଳ ବ୍ୟବସ୍ଥା ପାଇଁ ସଭା ସମିତି କରି ଜନସଚେତନତା ସୃଷ୍ଟି କରିଥିଲେ ମଧ୍ୟ କେତକ ଅମାନିଆ ନିୟମ ମାନି ଚଳିବାକୁ ନାରାଜ। ସେଥିପାଇଁ ବୁଗୁଡା ଏନଏସି କର୍ମଚାରୀ ବୃନ୍ଦ ଡିସେମ୍ବର ୪ ତାରିଖ ଦିନ ସହର ସାରା ବୁଲି ସଚେତନତା କରବା ସହ ଏଣିକି ନିୟମ ନମାନିଲେ ଜରିମାନା ଦେବାକୁ ପଡିବ ବୋଲି ସତର୍କ ସୂଚନା ଦେଇଥିବା ଜଣା ପଡିଛି।ଜନସାଧାରଣ ଓ ବ୍ୟବସାୟୀ ମାନଙ୍କ ବାହାରୁଥିବା ମଇଳା ଓ ଆବର୍ଜନା ଦୁଇଟି ଡଷ୍ଟବିନ୍ ମଧ୍ୟରୁ ଗୋଟିଏରେ କମ୍ପୋଷ୍ଟ ହେଉଥିବା ମଇଳା ଓ ଅନ୍ୟଟିରେ କାଚ, ପ୍ଲାଷ୍ଟିକ ପ୍ରଭୃତି ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲେ ମଧ୍ୟ୍ୟ କିଛି ଦୋକାନି ନିୟମ ମାନୁନଥିବା ଦେଖାଯାଇଥିଲା। ଆଜି ଏନଏସି
ପ୍ରଶାସନ ହୋଟେଲ ନିଳାଞ୍ଚଳ ଓ ଏକ ପାନଦୋକାନି ସହ କିଛି ଦୋକାନିଙ୍କୁ ଡଷ୍ଟବିନ୍ ଦେବାସହିତ ସଚେତନ ରହିବାକୁ କହିଥିଲେ।ଏଣିକି ଆଇନ ଖିଲାପ୍ କଲେ ଅର୍ଥଦଣ୍ଡ ଦେବାକୁ ପଡିବ ବୋଲି ସତର୍କ କରିଥିଲେ।

LEAVE A REPLY

Please enter your comment!
Please enter your name here