ନବରଙ୍ଗପୁର ଜିଲ୍ଲା ବନ ବିଭାଗ ପକ୍ଷରୁ ଫାୟାର କଣ୍ଟ୍ରୋଲ ୟୁନିଟର ଶୁଭ ଉଦଘାଟନୀ

0
367

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ସ୍ଥାନୀୟ ଚକର ବନ ନର୍ସରି ଠାରେ ଏକ ଫାଇର କଂଟ୍ରୋଲ ୟୁନିଟ ର ଶୁଭ ଉଦଘାଟନ ହୋଇଯାଇଛି ।
ଏହି ଅବସରରେ ପିସିସିଏଫ ଭୁବନେଶ୍ୱର ଡଃ ସନ୍ଦୀପ ତ୍ରିପାଠୀ ଏହି ୟୁନିଟକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ୟୁନିଟ ଦ୍ୱାରା ଜଙ୍ଗଲ ଭିତରେ ଯେଉଁ ନିଆଁ ଲାଗିବା ସମୟରେସେହି ନିଆଁକୁ ଆୟତ୍ତ କରିବା ପାଇଁ ଏହି ୟୁନିଟକୁ ବ୍ୟବହାର କରାଯିବ । ଏହି ଫାଇର ୟୁନିଟ ଦ୍ୱାରା ୩୦ ରୁ ୪୦ ଫୁଟ ପର୍ଯ୍ୟନ୍ତ ଦୂରରୁ ମଧ୍ୟ ନିଆଁକୁ ଆୟତ୍ତ କରିହେବ ଏବଂ ଏହି ୟୁନିଟ ର ମୁଲ୍ୟ ପାଖା ପାଖି ୧ଲକ୍ଷ ୭୮ ହଜାର ଟଙ୍କା ହେବ ବୋଲି ଡି ଏଫ୍ ଓ ମଗର ଧାନଜି ରାଓସ ସୂଚନା ଦେଇଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଡ଼ି ଏଫ ଓ ମଗର ଧନଜୀ ରାଉସ , ଆର ସି ସି ଏଫ ସୁଦୀପ୍ତ ନାୟକ , ଏସିଏଫ ଧନୁର୍ଜୟ ମହାପାତ୍ର , ନବରଙ୍ଗପୁର ରେଞ୍ଜେର ପୂର୍ଣ୍ଣ ଚନ୍ଦ୍ର ନନ୍ଦ , ମାନସୁନ ଖେମୁଣ୍ଡୁ ପ୍ରମୁଖଙ୍କ ସମେତ ନବରଙ୍ଗପୁର ର ସମସ୍ଥ ଫରେଷ୍ଟ କର୍ମଚାରୀ ଉପସ୍ଥିତ ରହି ଥିଲେ ।

LEAVE A REPLY

Please enter your comment!
Please enter your name here