ବ୍ରିଜକୁ ଧକା ଦେଲା ଯାତ୍ରୀବାହୀ ବସ, ହେଲ୍ପର ଆହତ

0
355

ମୋହନା(ଅଂଶୁମାନ ପଣ୍ଡା)ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ୫୦ଯାତ୍ରୀ, ହେଲ୍ପର ଆହତ । ଗଂଜାମ ଜିଲ୍ଲା ପାଟପୁର ଥାନା ଖେମୁଣ୍ଡିଖୋଲ ଗାଁ ନିକଟରେ ଏକ ବ୍ରିଜକୁ ଧକ୍କା ଦେଲା ଯାତ୍ରୀ ବାହି ବସ । ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ମାନେ ସୁରକ୍ଷିତ ଥିବା ବେଳେ ହେଲ୍ପର ଆହତ ହୋଇଛି । ବସ ବ୍ରିଜକୁ ଧକ୍କା ଦେଇ ଅଧାରେ ଅଟକି ରହିଛି। ବସଟି ମୋହନାରୁ ବ୍ରହ୍ମପୁର ଯାଉଥିବା ବେଳେ ଖେମୁଣ୍ଡିଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ପାଟପୁର ପୋଲିସ ପହଞ୍ଚି ଘଟଣା ତଦନ୍ତ କରୁଛି।ବସ ରାସ୍ତା ଉପରେ ଅଟକି ରହିଥିବା ବେଳେ ମୋହନା ବ୍ରହ୍ମପୁର ରାସ୍ତା ଅବରୋଧ ହୋଇରହିଛି ।

LEAVE A REPLY

Please enter your comment!
Please enter your name here