ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

0
273

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବାଲିଗୁଡା ସ୍ଥିତ ବନବାସି ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ(ଆଜ୍ଞା)ଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକ ପାଳନ ନିମନ୍ତେ ଅନୁଷ୍ଠାନ କର୍ମୀଙ୍କ ମଧ୍ୟରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବିଗତ ଦୁଇ ବର୍ଷ ଧରି କରୋନାର ଭୟାଭୟତା ଯୋଗୁଁ ଏହି ସ୍ମୃତିଚାରଣ ସଭା କୋଭିଡ କଟକଣା ମଧ୍ୟରେ ଵିଧି ପୂର୍ବକ ପାଳନ ହୋଇଥିଲା | ଏହି ଉତ୍ସବ ଚଳିତ ମାସ ୨୯ ତାରିଖ ମଙ୍ଗଳବାର ଦିନ ପାଳନ କରାଯିବା ନିମନ୍ତେ ସ୍ଥିର କରାଗଲା |ଏହାର ନିତି ଅନୁସାରେ ବୈତାଳିକ ପ୍ରାର୍ଥନା, ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ, ସାମୁହିକ ପ୍ରାର୍ଥନା, ସୃତିସଭା ସହିତ ଅନ୍ତେବାସୀଙ୍କ ନିମେନ୍ତେ ସାମୁହିକ ଭୋଜନର ମଧ୍ୟ କାର୍ଯ୍ୟସୂଚୀ ନିର୍ଘଣ୍ଟ କରାଗଲା | ଉକ୍ତ ବୈଠକରେ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ପୌରୋହିତ୍ୟ କରିଥିବା ବେଳେ ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ | ଏଥିରେ ଖଗେନ୍ଦ୍ର ନାୟକ, ବିଶ୍ଵଜିତ ଜେନା, ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ |ଶେଷରେ ସୁପ୍ରିୟା ପରବିନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here