ନକଲି ଗୁଟଖା ଫ୍ୟାକ୍ଟେରି ଠାବ, ଜଣେ ଅଟକ, ସାମଗ୍ରୀ ସହ ୧୦ ଟି ମିସିନ ଜବତ

0
284

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ଅତିରକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ସାମଗ୍ରୀର ଅପମିଶ୍ରଣ ଅନୁସନ୍ଧାନରେ ବଡ ବଜାର ପୋଲିସ କାର୍ଯ୍ୟକ୍ରମ ଚାଲୁ ରଖିଥିବା ବେଳେ ଜାନୁଆରୀ ୨୩ ତାରିଖ ଅପରାହ୍ନରେ ଏକ ନକଲି ଗୁଟଖା ଫ୍ୟାକ୍ଟେରିକୁ ଠାବ କରି ଗୁଟଖା, ଗୁଟଖା ତିଆରି ସାମଗ୍ରୀ, ୧୦ ଟି ପେକିଙ୍ଗ ଓ ସିଲ କରିବା ମେସିନ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଟାଉନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି ଓ ବଡ଼ ବଜାର ଥାନା ଆରକ୍ଷୀ ନିରୀକ୍ଷକ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ବଡ ବଜାର ଥାନା ପୋଲିସ ବାହିନୀ ଶନିବାର ଅପରାହ୍ନରେ ବ୍ରହ୍ମପୁର ଫାଷ୍ଟ ଗେଟ ନିକଟସ୍ଥ ବାଲ୍ୟ ଠାକୁରାଣୀ ମନ୍ଦିର ସାହିର ଏକ ତିନି ମହଲା କୋଠାରେ ନକଲି ଗୁଟଖା ଫ୍ୟାକ୍ଟେରି ଠାବ କରିଥିଲେ। ଚଢ଼ାଉ କରି ସେହି କୋଠରୀରୁ ଶିବାଜୀ ବ୍ରାଣ୍ଡର ୧୫ ବ୍ୟାଗ ପ୍ରସ୍ତୁତି ଗୁଟଖା, ୨୦ ବ୍ୟାଗ କଞ୍ଚାମାଲ ପାନ ମଧୁରୀ, ଧନିଆ, ମସଲା ପତ୍ର ପ୍ରଭୃତି, ୧୦ ଗୋଟି ପେକିଙ୍ଗ ଓ ସିଲ କରିବା ମେସିନ ଏବଂ ବିଭିନ୍ନ ବ୍ରାଣ୍ଡର ଛପା ହୋଇଥିବା ୧୦୦ରୁ ଉର୍ଦ୍ଧ୍ବ ପଲଥିନି ବ୍ୟାଣ୍ଡଲ ଜବତ କରିବା ସହ ଇ.ରାଜେଶ୍ୱର ପାତ୍ର(୪୮)ଙ୍କୁ ଅଟକ ରଖି ପୋଲିସ ଅଧିକ ତଥ୍ୟ ସଂଗ୍ରହ କରିବା ଜାରି ରଖିଛନ୍ତି। ଏନେଇ ବଡ ବଜାର ଥାନା କେଶ ନମ୍ବର ୧୯/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବଡ ବଜାର ଆଇଆଇସି ପ୍ରଶାନ୍ତ ଭୂପତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here