ଡାବୁଗାଁ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ତୈଳଦର ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସର ଧାରଣା

0
320

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତୈଳ ଦର ବୃଦ୍ଧି ଓ ପ୍ରତ୍ୟେକ ଜିନିଷ ର ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଡାବୁଗାଁ କଂଗ୍ରେସ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଙ୍କ ନେତୃତ୍ୱରେ ଆଜି ଡାବୁଗାଁ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଓ ଡିଜେଲ୍ ସହ ପ୍ରତ୍ୟେକ ଜିନିଷ ଉପରେ ଟେକ୍ସ ହସ୍ର ସହିତ ଅତ୍ୟଧିକ ଦରବୃଦ୍ଧି ନେଇ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତୁରନ୍ତ ତୈଳଦରକୁ ନିୟନ୍ତ୍ରଣରେ ଆଣନ୍ତୁ ବୋଲି ପ୍ରତିବାଦ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ।ମୁହଁରେ ମାକ୍ସ ପିନ୍ଧି ସାମାଜିକ ଦୂରତା ଅବଲମ୍ବନ କରି ପ୍ରତିବାଦ କରିଥିଲେ । ଉକ୍ତ ପ୍ରତିବାଦ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଜି ସାଇ ରାଜୁ, ଉପ – ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା ଓ ବାବି ଜେନା , ବ୍ଲକ ଅଧ୍ୟକ୍ଷ ବଇଁଶୀ ଧର ମାଝୀ , ଆଶୁତୋଷ ଜେନା, ଭଗବାନ ଖୁଣ୍ଟିଆ, ଟି.ମୁରଲି ରାଓ , କେଶବ ରେଲି , ରାମିଆ ପାଣିଗ୍ରାହୀ, ଚଚରାଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଧର୍ମାନନ୍ଦ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତଥିଲେ।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here