ବଳରାମ ବେଡମିଣ୍ଟନ କ୍ଲବ୍ ଉଦଘାଟନ

0
315

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଠାରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବଳରାମ ବେଡମିଣ୍ଟନ୍ କ୍ଲବ୍ ଉଦ୍ଘାଟିତ ହୋଇଯାଇଛି । ରତ୍ନାକର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡିପିଏ ଜୁଏଲର୍ସ ପ୍ରୋପାଇଟର୍ କେ.ମନୋଜ କୁମାର ଆଚାରୀ ଅତିଥି ଭାବେ ଯୋଗଦେଇ କ୍ଲବ୍ କୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ବାଲିପଦର ଉନ୍ନୟନ ପରିଷଦର ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ ଯୋଗ ଦେଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାର ଆବଶ୍ୟକତା ଥିବାରୁ ପ୍ରକାଶ କରିଥିଲେ । ଆଗାମୀ ଦିନରେ କ୍ଲବ୍ ଜରିଆରେ ଆଗ୍ରହୀ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ଲବ୍ ର ପରିଚାଳନା କମିଟି ଗଠନ କରାଯାଇ କେ.ମନୋଜ କୁମାର ଆଚାରୀ (ସଭାପତି), ବିଦ୍ୟାଧର ପ୍ରଧାନ (ସଂପାଦକ) ଓ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ (ଉପଦେଷ୍ଟା) ଭାବେ ମନୋନୀତ ହୋଇଥିବା ବେଳେ ବୃନ୍ଦାବନ ମହାନ୍ତି, କାହ୍ନୁ ଚରଣ ବାଡତ୍ୟା, ପଞ୍ଚାନନ ଜେନା, କାଳୁ ଚରଣ ସେଠୀ, ସନ୍ତୋଷ କୁମାର ସେଠୀ, ଉମା ଶଙ୍କର ନାୟକ, ସଞ୍ଜିବ କୁମାର ଆଚାରୀ ଓ ଶିବବ୍ରତ ନାୟକ ପମୁଖ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଶେଷରେ ହର ପ୍ରସାଦ ଦାସ ଧନ୍ୟବାଦ ପ୍ରଦାନ କରିବା ପରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା ।

LEAVE A REPLY

Please enter your comment!
Please enter your name here