ମକରସଂକ୍ରାନ୍ତି ରେ ଗରିବଙ୍କୁ କମ୍ବଳ ବଣ୍ଟନ

0
445

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ପବିତ୍ର ମକରସଂକ୍ରାନ୍ତି ଅବସରରେ ଆଜି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଗ୍ରାମର ବିନୋଦ ମେହେଟା ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିବା ଦେଖିବାକୁ ମିଳିଛି । କୋଡ଼ିଙ୍ଗା ଗ୍ରାମର ଜଣେ ଜଣାଶୁଣା ବ୍ୟବସାୟୀ ବିନୋଦ ମେହେଟା ପ୍ରତିବର୍ଷ ଭଳି ଚଳିତ ବର୍ଷ ମକରସଂକ୍ରାନ୍ତି ଅବସରରେ ନିହାତି ଗରିବ ଲୋକଙ୍କୁ ମାଗଣାରେ କମ୍ବଳ ବଣ୍ଟନ କରିଥିବା ଦେଖିବାକୁ ମିଳିଛି । ପ୍ରାୟ ୫୦ଜଣ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୋଡ଼ିଙ୍ଗା ସମତେ ଆଖପାଖ ଅଞ୍ଚଳର ଗରିବ ଲୋକଙ୍କୁ ସାମିଲ କରାଯାଇଥିଲା । ଶ୍ରୀ ମେହେଟା ଙ୍କ ଏଭଳି କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here