ସିବିଏସଇ ଦ୍ୱାରା ଆୟୋଜିତ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରଙ୍କ ସ୍ୱର୍ଣ୍ଣ ପଦକ ହାସଲ

0
903

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଆଜି ଠାରୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ରାୟପୁର ଠାରେ ଆରମ୍ଭ ହୋଇଥିବା ରୋଲର ସ୍କେଟିଂ ପ୍ରତିଯୋଗୀତାରେ ପ୍ରଥମ ଦିନରେ ବ୍ରହ୍ମପୁରର ସ୍କେଟର ସଫଳତା ହାସଲ କରିଛନ୍ତି। ୩୦୦ମିଟର ଟାଇମ ଟ୍ରାଏଲର ବାଳିକା ବିଭାଗର ୧୦ବର୍ଷ ବର୍ଗରେ ବ୍ରହ୍ମପୁର ଆଟୋମିକ ଏନରଜି ସେଣ୍ଟ୍ରାଲ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ ଆଦ୍ୟେଶା ଆଦ୍ୟସ୍ମିତା ମାତ୍ର ୪୨.୦୮ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ୩୦୦ମିଟର ରେସରେ କେ.ସି ପବ୍ଲିକ୍ ସ୍କୁଲର ଛାତ୍ରୀ ୧୨ ବର୍ଷ ବର୍ଗରେ ୩୯.୧୭ ସେକେଣ୍ଡରେ ଅତିକ୍ରମ କରି ସ୍ୱସ୍ତିକା ପଣ୍ଡା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗୀତାରେ ସିବିଏସଇର ଫାର ଇଷ୍ଟ ଜୋନର ଓଡ଼ିଶା ରାଜ୍ୟ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗ ଭଳି ୧୧ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟରମାନେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମପୁରର ଏହି ସ୍କେଟରମାନେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ସଫଳତା ପାଇଁ ନିଜ ବିଦ୍ୟାଳୟ ,ଅଭିଭାବକ ଓ ସ୍କେଟିଂ ଅଭ୍ୟାସ କରୁଥିବା ଵିଷାଖପଟନମ ସ୍କେଟିଂ ଏକାଡେମୀର କୋଚ୍ ସି.ଏଚ. ସଞ୍ଜୟ କୁମାର ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ନିଜର କଠିନ ପରିଶ୍ରମ ଓ ଯୋରଦାର ଅଭ୍ୟାସ ଯୋଗୁଁ ଏହି ସଫଳତା ପାଇପାରିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିଯୋଗୀତାର ସଫଳତା ହାସଲ କରି ପଦକ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here