ଓଡ଼ିଆ ଆଲପୁରରେ ପ୍ରସ୍ତାବିତ ଦେଶୀ ମହୁଲୀ ମଦ ଦୋକାନ ବିରୋଧରେ ପ୍ରତିବାଦ ସଭା

0
314

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଦୀର୍ଘ ଦିନ ଧରି ବନ୍ଦ ହୋଇ ପଡିରହିଥିବା ଦେଶୀ ମହୁଲୀ ମଦ ଦୋକାନକୁ ଓଡ଼ିଆ ଆଲପୁରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ସୂଚନା ଯୋଗ୍ୟ ଯେ, ପଥରା ଠାରେ ପୂର୍ବରୁ ଥିବା ମଦ ଦୋକାନ କୁ କେନ୍ଦ୍ର କରି ଗତ କିଛି ମାସ ତଳେ ଗ୍ରାମବାସୀ ଓ ମଦ ଲିଜ୍ ଧାରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ପିଣ୍ଟୁ ଦାସ ନାମକ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ରଞ୍ଜନ ଭାଙ୍ଗ ନାମକ ଜଣେ ଯୁବକ ଅଦ୍ୟାବଧି କଟକ ମେଡ଼ିକାଲ ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।ଏହାକୁ କେନ୍ଦ୍ର କରି ରାସ୍ତା ରୋକ ସହ ଭେଜିପୁଟ ଫାଣ୍ଡି ଘେରାଉ ଭଳି ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲିଜ୍ ଧାରୀ ଉକ୍ତ ଦେଶୀ ମଦ ଦୋକାନ  ପଡୋଶୀ ଓଡ଼ିଆ ଆଲପୁର ପଞ୍ଚାୟତକୁ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ସମ୍ପର୍କରେ ସୂଚନା ପାଇ ଓଡ଼ିଆ ଆଲପୁର ପଞ୍ଚାୟତ ଵାସୀ ଆଜି ଓଡ଼ିଆ ଆଲପୁର ODRP କଲୋନୀ ପ୍ରାଙ୍ଗଣରେ କୋଭିଡ୍ ନିୟମ ଅନୁଯାୟୀ ପଞ୍ଚାୟତର ସମସ୍ତ ଗ୍ରାମର ପ୍ରତିନିଧିମାନେ ଏକତ୍ରିତ ହୋଇ ପ୍ରତିବାଦ ସଭାର ଆୟୋଜନ କରିଥିଲେ । ସ୍ଥାନୀୟ ସରପଞ୍ଚ ପ୍ରମିଳା ସେଠିଙ୍କ ନେତୃତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସମିତି ସଭ୍ୟା ଛବିତା ସେଠୀ, ଯୁବ ସମାଜସେବୀ ବୁଲୁ ତରେଇ, ଡ଼ି.ଘନ ପାତ୍ର,ପ୍ରଫୁଲ୍ଲ ସେଠି, ରବି ପ୍ରଧାନ, ଭିକାରୀ ପ୍ରଧାନ, ଜଗନ୍ନାଥ ପାତ୍ର, କନ୍ଧ ପାତ୍ର, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେ । ପ୍ରଶାସନ ବଳ ପ୍ରୟୋଗ କରି ଯଦି ଓଡ଼ିଆ ଆଲପୁରକୁ ଉକ୍ତ ମଦ ଦୋକାନୁ ସ୍ଥାନାନ୍ତର କରନ୍ତି, ତେବେ ଜାତୀୟ ରାଜପଥ ଅବରୋଧ କରିବା ସହ ବ୍ୟାପକ ଜନ ଆନ୍ଦୋଳନ ଓ ଆବଶ୍ୟକ ପଡିଲେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଛି ।ଏହା ଦ୍ଵାରା ଉପୁଜିବାକୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ଦାୟୀ ରହିବେ ବୋଲି ପଞ୍ଚାୟତ ବାସୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here