ସ୍ବତନ୍ତ୍ର ରିଲିଫ କମିସନରଙ୍କ ଓଡିଆରପି ଗୃହ ନିର୍ମାଣ ସମିକ୍ଷା ବୈଠକ ଅନୁଷ୍ଠିତ

0
295

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଗତ ଫାଇଲିନ୍ ବାତ୍ୟା ପରେ ବିଶ୍ବ ବ୍ୟାଙ୍କ ତରଫରୁ ଗଞ୍ଜାମ ଜିଲ୍ଲାର ବାତ୍ୟା ପ୍ରବଣ ଚିଲିକା ଓ ସମୁଦ୍ର ଉପକୂଳବର୍ତ୍ତି ସ୍ଥାନ ମାନଙ୍କରେ କଚ୍ଚା ଗୃହରେ ବସ ବାସ କରୁଥିବା ପରିବାର ମାନଙ୍କ ପାଇଁ ବାତ୍ୟାନିରୋଧକ ନିର୍ମାଣ ସକାଶେ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । ଖଲ୍ଲିକୋଟ ବ୍ଲକର ଲଙ୍ଗଳେଶ୍ବର, ପଥରା, କନକା, ସାବୁଳିଆ ଓ କେଶପୁର ପ୍ରଭୃତି ପଞ୍ଚାୟତର ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ବାତ୍ୟାନିରୋଧକ ଗୃହ ନିର୍ମାଣ କରିବା ପାଇଁ ଆର୍ଥିକ ଅନୁଦାନ ଦିଆଯାଇଥିଲା । ଆସନ୍ତା ଡିସେମ୍ବର ଶେସସୁଧା ବିଶ୍ବ ବ୍ୟାଙ୍କ ଦେଇଥିବା ଅନୁଦାନର ଖର୍ଚ୍ଚର ଚୁଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଏକ ସମିକ୍ଷା ବୈଠକ ଖଲ୍ଲିକୋଟ ବ୍ଲକ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏଠାରେ ପ୍ରକୃତ ହିତାଧିକାରୀଙ୍କୁ ଦିଆଯାଇଥିବା ବାସଗୃହ ଗୁଡ଼ିକର ସଦୁପଯୋଗ ନିୟମ ଅନୁଯାୟୀ ହେଉଛି କି ନାହିଁ ବିଭାଗୀୟ ଅଧିକାରୀ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁ ହିତାଧିକାରୀ ଉକ୍ତ ଗୃହ ସମ୍ବନ୍ଧରେ ବେନିୟମ କାମରେ ଲିପ୍ତ ଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦିପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ, ପୂର୍ବତନ ଖଲ୍ଲିକୋଟ ବିଡିଓ ନବକୃଷ୍ଣ ଜେନା, ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟ ଦାସ ଓ ସଂପୃକ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତଥିଲେ ।

LEAVE A REPLY

Please enter your comment!
Please enter your name here