ଧରାକୋଟ ବ୍ଲକ ଗଡ଼ଦାମୋଦର ପଲ୍ଲୀରେ ମ୍ୟାଲେରିଆ ନିୟନ୍ତ୍ରଣ କୀଟ ନାଶକ ମସାରି ବଣ୍ଟନ

0
327

ଧରାକୋଟ(କାଳୁ ଚରଣ ମହାପାତ୍ର) ଧରାକୋଟ ବ୍ଲକ୍ ଅନ୍ତର୍ଗତ ଗଡଦାମଦର ପଲ୍ଲୀ ଗ୍ରାମରେ ମ୍ୟାଲେରିଆ ନିୟନ୍ତ୍ରଣ କରିବା ନିମନ୍ତେ ଦୀର୍ଘ ସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ଗଞ୍ଜାମ ଜିଲ୍ଲା CDMOଙ୍କ ନିର୍ଦେଶ କ୍ରମେ ବଣ୍ଟନ କରାଯାଇଅଛି।ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଏକ ସ୍ବତନ୍ତ୍ର ଟିମ୍ ଦ୍ୱାରା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ସମସ୍ତ ଗ୍ରାମବାସୀଙ୍କୁ ଏହି ମଶାରୀ ବଣ୍ଟନ କରାଯିବ ସହ ମାଲେରିଆ ରୋଗର ନିୟନ୍ତ୍ରଣ ପାଇଁ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଛି।ଏହି କାର୍ଯ୍ୟ କ୍ରମେରେ ଶୁକ୍ରୁ ପାତ୍ର,ଭାରତୀ ଜେନା,ବିପ୍ରଚାରଣ ସାହୁ,ଆରୁଣ କୁମାର ପ୍ରଧାନ,ଉର୍ମିଳା ଦେବୀ,ତାପସ୍ପିନି ସାହୁ,ଟୁନା ସାହୁ,ମଞ୍ଜୁଳା ସାହୁ ଓ ଲଷ୍ମୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।ଏଠାରେ ଶାନ୍ତି ସହଯୋଗ ସହିତ ପରିଚିତ କରିବାରେ ମୁଖ୍ୟ ଭୂମିକା ରହିଥିଲା ଗ୍ରାମର ଜଣେ ସୁବ୍ୟକ୍ତି ଶିବ ରାମ ମହାପାତ୍ର l ସରକାରଙ୍କ ଏହି ପଦକ୍ଷେପକୁ ଗ୍ରାମବାସୀ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି l

LEAVE A REPLY

Please enter your comment!
Please enter your name here