ଗୋପାଳ ସମାଜ ଓ ବାରିକ ସମାଜ ସଭାଗୃହ ଦ୍ୱୟକୁ ଉଦଘାଟନ କଲେ ବିଧାୟକ

0
229

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ମତାଝରି ଗ୍ରାମରେ ଗୋପାଳ ସମାଜ ସଭା ଗୃହ ଓ ଶାଳବଣି ଗ୍ରାମରେ ବାରିକ ସମାଜ ସଭା ଗୃହ ଜୁଲାଇ ୦୮ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଦୁଇ ସମାଜର ସଭାଗୃହ ଉଦଘାଟନ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଧାୟକ ଶ୍ରୀ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି ଏବଂ ସାମ୍ମାନୀତ ଅତିଥି ଭାବେ ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼,କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା, ପୂର୍ବତନ ସମିତି ସଭ୍ୟ ମୁକୁନ୍ଦ ନାୟକ, ସରପଞ୍ଚ ଦମୟନ୍ତି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ଶ୍ରୀ ସାହୁ ଓ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ସଂକୀର୍ତ୍ତନ ସହ ଉଭୟ ସମାଜର କର୍ମକର୍ତ୍ତା ଓ ଗ୍ରାମର ଜନସାଧାରଣ ଉଭୟ ସଭାଗୃହ ସ୍ଥାନକୁ ପାଛୋଟି ନେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here