ଗୋଷ୍ଠୀ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
605

ହିଞ୍ଜିଳିକାଟୁ,୯/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ଗଞ୍ଜାମ ଙ୍କ ମିଳିତ ଆନୁକୂଲ୍ୟରେ ଗୁରୁବାର ଠାରୁ ୨ ଦିନିଆ ଗୋଷ୍ଠୀ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଧିକାରୀ ଡଃ ଲମ୍ବୋଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରାଣୀ ଚିକିତ୍ସାଳୟ ହିଞ୍ଜିଳିକାଟୁ ଠାରେ ଶେରଗଡ଼, କୁକୁଡ଼ଖଣ୍ଡି ଓ ସ୍ଥାନୀୟ ବ୍ଳକ କୁ ନେଇ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଡିଓ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ସମ୍ମାନୀତ ଅତିଥି ରୂପେ ସିଡିପିଓ ଶୁଭଶ୍ରୀ ପାତ୍ର, ସହକାରୀ ପ୍ରାଣୀଧନ ଚିକିତ୍ସାଧିକାରୀ ପ୍ରବୀଣ କୁମାର ସାହୁ, ସହକାରୀ ପ୍ରାଣୀଧନ ଚିକିତ୍ସାଧିକାରୀ, ଶେରଗଡ଼ ଦେବାଶିଷ ସାହୁ ଓ ପ୍ରାଣୀଧନ ଚିକିତ୍ସାଧିକାରୀ କୁକୁଡ଼ାଖଣ୍ଡି,ସୁଚିସ୍ମିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।ଓଡିଶା ଏକ କୃଷି ପ୍ରଧାନ ରାଜ୍ୟରେ ୯୦% ହେଉଛନ୍ତି ନାମମାତ୍ର ଓ କ୍ଷୁଦ୍ର ଚାଷୀ।ସେମାନଙ୍କ ଜୀବିକା, ଆୟ ବୃଦ୍ଧି ଏବଂ ବିକାଶ ନିମନ୍ତେ କମ ଖର୍ଚ୍ଚରେ ଅଧିକ ଲାଭ ପାଇବା ପାଇଁ ଅଣ୍ଡା ଦିଆ କୁକୁଡ଼ା ଚାଷ ପ୍ରତି ଆଗ୍ରହପ୍ରକାଶ କରିବାକୁ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଡିପ୍ ଲିଟର ପଦ୍ଧତି ଅନୁକ୍ରମେ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ସୁଚାଇଥିଲେ।ଅନ୍ତିମ ଦିବସରେ ବଡଖୋଲି ଠାରେ ଥିବା ଦେଶୀ କୁକୁଡ଼ା ଚାଷ ଫାର୍ମ କୁ ନେଇ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁପର ଭାଇଜର ବନଜା ବେହେରାଙ୍କ ସମେତ ତିନିଟି ବ୍ଲକ ର ୪୫ ଜଣ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟ ଓ ମିଶନ ଶକ୍ତି ସଦସ୍ୟା ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here