ଦିଗପହଣ୍ଡି ଟ୍ରାକ୍ଟର ମାଲିକ ସଙ୍ଘର ଆଲୋଚନା ସଭା: ନୂତନ ସଂଘ ଗଠନ

0
427

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଟ୍ରାକ୍ଟର ମାଲିକ ସଂଘର ଏକ ଆଲୋଚନା ସଭା ଶୁକ୍ରବାର ଦିନ ବି . ତୁରୁବୁଡି ପଞ୍ଚାୟତ ଅଧୀନ ମରେଇବାଡି ଗ୍ରାମରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ଖେମୁଣ୍ଡି କାଳୁଆ ଶକ୍ତିପୀଠରେ ଅନୁଷ୍ଠିତ ହୋଇଥିବା ବେଳେ ସଂଘ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ଜଣାପଡିଛି । ଏନେଇ ଆଲୋଚନା ସଭାରେ ବ୍ଳକ ଅଧିନସ୍ଥ ବିଭିନ୍ନ ଗ୍ରାମର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଟ୍ରାକ୍ଟର ମାଲିକ ଯୋଗ ଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଘକୁ ପରିଚାଳନା ନିମନ୍ତେ ୧୭ ଜଣିଆ କାର୍ଯ୍ୟକାରୀ କମିଟି ଚୟନ କରାଯାଇଥିବା ବେଳେ ସଂଘ ପକ୍ଷରୁ ସଭାପତି ଭାବେ ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନୀରଞ୍ଜନ ରେଡ୍ଡୀଙ୍କୁ ମନୋନୀତ କରାଯାଇଥିବା ବେଳେ ଉପ-ସଭାପତି ଗଜେନ୍ଦ୍ର ସ୍ବାଇଁ , ସମ୍ପାଦକ କୃଷ୍ଣଚନ୍ଦ୍ର ସେଠୀ , ସହ-ସମ୍ପାଦକ କୁରେଶୁ ସେଠୀ , କୋଷାଧ୍ୟକ୍ଷ ଏମ୍ . ଆପାରାଓ , ଉପଦେଷ୍ଟା ଦିଗାମ୍ବର ମହାରଣା , ଅଭିମନ୍ୟୁ ରାଉତ ଏବଂ ଏମ୍ . ବାଲାଜୀ ରେଡ୍ଡୀଙ୍କୁ ମନୋନୀତ କରାଯାଇଥିଲା । ସରକାରଙ୍କ ନୀତି ନିୟମକୁ ପାଳନ କରି କିଭଳି ଗାଡ଼ି ଚଳାଚଳ କରାଯିବ ଏବଂ ସମସ୍ତ ଟ୍ରାକ୍ଟର ମାଲିକ ଏକତା ହୋଇ ସଂଘର ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ସେ ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଟ୍ରାକ୍ଟର ମାଲିକ ସୁରେନ୍ଦ୍ର ରେଡ୍ଡୀ , ଏମ୍ . ଶିବରାମ ରେଡ୍ଡୀ , ଶିବରାମ ସ୍ବାଇଁ , ଆଲୁ. ଦେବା , କେଶବ ଗୈାଡ , ଶିବଶଙ୍କର ସ୍ବାଇଁ , ଧ୍ଵଜ ସାହୁ , ବିପ୍ର ସେଠୀ , ରାଜେନ୍ଦ୍ର ଦୋରା କମିଟି ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ବାବୁନୀ ପ୍ରଧାନ , ପ୍ରଶାନ୍ତ ପ୍ରଧାନ , ମୋହନ ପ୍ରଧାନ ଓ ସମୀର ସ୍ବାଇଁ ସମେତ ବହୁ ଟ୍ରାକ୍ଟର ମାଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here