ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗର ରାତି ଅଧିଆ ମରାମତି

0
261

କନ୍ଧମାଳ (ନ୍ୟୁଜ ଏକ୍ସଟ୍ରା) ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଶୋଇ ରହିଥିବା ଫୁଲବାଣୀ ପୂର୍ତ୍ତ ବିଭାଗ ହଠାତ ଚେଇଁ ଉଠିଛି। ରାତି ଅଧିଆ ଉପର ଠାଉରିଆ ଭାବେ ତାଳିପକା କାମ କରି କର୍ତ୍ତବ୍ୟ ସାରିଦେଇଛି । ବୁଧବାର ରାତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ଛକ ଡିଭାଇଡର କାର୍ଯ୍ୟ ଅଧାପନ୍ତରିଆ ତଥା ଉପର ଠାଉରିଆ ଭାବେ କେବଳ ପିଚୁମିଶ୍ରିତ ଗୁଡ଼ିଗୁଣ୍ଡ ପକାଇ ତା ଉପରେ ରୋଲର ବୁଲାଇ କାମ ସାରି ଦେଇଥିବା ସକାଳୁ ସକାଳୁ ଦେଖିବାକୁ ମିଳିଛି । ଫଳରେ ପୂର୍ତ୍ତ ବିଭାଗ ଭଳି ଏକ ଦାୟୀତ୍ଵ ସଂପନ୍ନ ବିଭାଗର ସହରର ମୁଖ୍ୟ ଛକରେଏଭଳି ଉପର ଠାଉରିଆ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ବରିଷ୍ଠ ବୁଦ୍ଧିଯିବୀ ନାରାୟଣ ସାହୁ, ସମାଜ ସେବୀ ଅଶୋକ ପରୀଡ଼ା l ପୂର୍ବରୁ ସେଠାରେ ସୁନ୍ଦର ଭାବେ ନିର୍ମିତ ଏକ ଡିଭାଇଡର ଥିଲା। ଆଉ ଲୋକେ ଟ୍ରାଫିକ ନିୟମ ମାନି ଯାତାୟାତ କରୁଥିଲେ। ଦୁର୍ଘଟଣା ମଧ୍ୟ ହେଉ ନ ଥିଲା। ତେବେ ଗତ ୨୦୧୯ରେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ବେଳେ ଗାଡି ଯିବାପାଇଁ ଅସୁବିଧା ହେବା ଫଳରେ ଜିଲ୍ଲାପାଳଙ୍କ ଜାଣତରେ ଏହି ଡିଭାଇଡରକୁ ତରବରିଆ ଭାବେ ଭାଙ୍ଗି ଦେଇଥିଲେ, ହେଲେ ସେବେଠାରୁ ଆଉ ନିର୍ମାଣ ନ ହୋଇ ପଡି ରହିଥିଲା। ପୂର୍ବରୁ ଯେମିତି ଡିଭାଇଡର ଥିଲା ଏବେ ସେ ଭଳି ନିର୍ମାଣ କରିବାକୁ ଦାବୀ ହେଉଛି । ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଯୁବ ମ6ହାତ୍ସବ ସରିବାପରେ ନିର୍ମାଣ କରିବା କଥା। ତେବେ ପ୍ରଶାସନ ଏହାକୁ ବର୍ଷବର୍ଷ ଧରି ପକାଇ ରଖିଥିଲା। ଏବେ ବିଭିନ୍ନ ଗଣ ମାଧ୍ୟମ ରେ ଏ ନେଇ ପ୍ରକାଶ ପାଇବା ପରେ ଚେତା ପଶୁଛି ବିଭାଗର । ସହର ମଧ୍ୟରେ ଯଦି ଏଭଳି ଅବସ୍ଥା ହେଲେ ଗ୍ରାମାଞ୍ଚଳରେ କିଭଳି କାମ ହେଉଥିବ ତାହା ସହଜରେ ଅନୁମେୟ।
ସେ ଯାହାହେଉ ଗଣମାଧ୍ୟମରେ ପ୍ରକାଶ ପାଇବାପରେ କିଛିଟା ତ କାମ ହୋଇପାରିଲା ଆଗକୁ ପୁରା କାମ କେବେ ହେଉଛି ତାହା ଦେଖିବାର କଥା।
ବିଭାଗର କିଛି ଦୁର୍ନିତୀ ଗ୍ରସ୍ତ ଯନ୍ତ୍ରୀଙ୍କ ପାଇଁ ପୂର୍ତ୍ତ ବିଦ୍ଭାଗ ରେ ନିମ୍ନମାନର ତଥା ଉପର ଠାଉରିଆ ଭାବେ କାର୍ଯ୍ୟ ହେଉଥିବା ଶୁଣିବାକୁ ମିଳୁଛି । ଏଣୁ ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ପୁର୍ତ୍ତ ବିଭାଗ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଯିବୀ ଓ ସ୍ଥାନୀୟ ଜନ ସାଧାରଣ ମତବ୍ୟକ୍ତ କରିଛନ୍ତି । ଫୁଲବାଣୀ ପୁର୍ତ୍ତ ବିଭାଗରେ ହେଉଥିବା ଦୁର୍ନିତୀର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇ ବ୍ରହ୍ମପର ଭିଜିଲାନ୍ସ ଏସପି ଶାନ୍ତନୁ କୁମାର ପାଢି ଙ୍କୁ କହିବାରେ ସେ ପ୍ରମାଣ ସହ ଅଭିଯୋଗ ଆସିଲେ ତଦନ୍ତ କରି କIର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here