ଓଡିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା

0
323

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଓଡିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ଗଞ୍ଜାମ ଜିଲ୍ଲା ଗସ୍ତ କରି ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଖଲ୍ଲିକୋଟ.ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ବ୍ଲକରେ କାର୍ଯ୍ୟକାରିତା ହୋଇଥିବା ଓଡିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତ ରେ ଅନୁଷ୍ଠିତ ଏହି ଆଲୋଚନା ବୈଠକରେ ଶ୍ରୀ ଜେନା ଯୋଜନା ସଂପର୍କିତ କାର୍ଯ୍ୟକାରିତା ବିଷୟରେ ପଚାରି ବୁଝି ଜଣାଇଥିଲେ ଯେ, ଯୋଜନା ର ନିର୍ଦ୍ଦେଶନାମା ପ୍ରକାରେ ହିତାଧିକାରୀ ମାନଙ୍କୁ ଅର୍ଥ ପ୍ରଦାନ କରନ୍ତୁ । ଯଦ୍ୱାରା ସେମାନେ ଠିକ୍ ସମୟରେ ନିଜ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିପାରିବେ । ଅଧୀକାରୀ ଗଣ ବ୍ୟକ୍ତିଗତ ଭାବେ ଏହାର ଅଗ୍ରଗତି ଓ ସହାୟକ ଗୁଡିକ ପରିଚାଳନା କରନ୍ତୁ ତେବେ ଯାଏଁ କୌଣସି ସମସ୍ୟା ଦେଖାଯିବ ନାହିଁ । ତିନି ମାସ ମଧ୍ୟରେ ଘର କାମ ଶେଷ କରିଥିବା ହିତାଧୀକାରୀ ମାନଙ୍କୁ ଯେଉଁ ପ୍ରୋତ୍ସାହନ ରାଶି ଦିଆଯାଇ ସେମାନଙ୍କ ସ୍ଥାନାନ୍ତର ପ୍ରକ୍ରିୟା ରହିଛି ତାହା ଯେମିତି ଠିକ୍ ସମୟରେ ହେବ ସେଥି ପ୍ରତି ଧ୍ୟାନ ଦିଅନ୍ତୁ ଓ ସଂପୃକ୍ତ ହିତାଧିକାରୀ ଉକ୍ତ ଗୃହରେ ରହିବା ଦିଗରେ ସୁନିଶ୍ଚିତ କରାନ୍ତୁ । ବିଶ୍ୱବ୍ୟାଙ୍କ ସହାୟତାରେ କରାଯାଇଥିବା ସମସ୍ତ ଯୋଜନାର ଡକ୍ୟୁମେଂଟ ଠିକ୍ କରି ରଖିବାକୁ ପରାମର୍ଶ ଦେଇଥିଲେ । ବିନିଯୋଗ ସମସ୍ତ ଅର୍ଥ ସଂପୃକ୍ତ ଅଡିଟର ସଂସ୍ଥା ଦ୍ୱାରା ଅଡିଟ୍ କରାଯାଇ ସରକାରୀ ଅର୍ଥର ସୁବିନିଯୋଗ ଦିଗରେ ଯାଂଚ କରାଯିବ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜଶ୍ୱ) ଅମୁଲ୍ୟ କୁମାର ସାହୁ , ଓଡିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପ ଜିଲ୍ଲା ସ୍ତରିୟ ଅଧିକାରୀ ଡଃ ବିଜୟାନନ୍ଦ ସେଠୀ, ଜିଲ୍ଲା ଯରୁରୀକାଳୀନ ଅଧୀକାରୀ ଡଃ ଦିବ୍ୟ ଲୋଚନ ମହାନ୍ତ,ସଂପୃକ୍ତ ଗୋଷ୍ଟୀ ଉନ୍ନୟନ ଅଧୀକାରୀ ଓ ସଂପୃକ୍ତ ବିଭାଗୀୟ ଅଧୀକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here