ବୁଗୁଡ଼ାରେ ରୋଗୀ କଲ୍ୟାଣ ସମିତି ବୈଠକ

0
274

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ନଭେମ୍ବର ୧୩ ତାରିଖ ଦିନ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ସଭାପତି ତଥା ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, କାର୍ଯ୍ୟକାରୀ କମିଟି ସଭ୍ୟ ମଦନ ଗୋପାଳ ଦୋରା, ରାଜେନ୍ଦ୍ର କୁମାର ପାଢୀ, ବିବେକାନନ୍ଦ ବାରିକ, ଖଦାଳ ଖଟେଇ, କେ ତ୍ରିଲୋଚନ ଦୋରାଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ଓ ମେଡିକାଲ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ।ସମିତିର ସମ୍ପାଦକ ତଥା ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ସ୍ୱାଗତ ଭାଷଣ ସହ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଆଲୋଚନା ହୋଇ ମେଡିକାଲର ପାଚେରୀ ନିର୍ମାଣ, ପାଣିଟାଙ୍କି ନିର୍ମାଣ, ପ୍ରସୂତି ଗୃହର ଆଲୋକୀକରଣ, ପରୀକ୍ଷାଗାର ପାଇଁ ଜେନେରେଟର, ବଗିଚା ନିର୍ମାଣ ପ୍ରଭୃତି ପ୍ରସ୍ତାବ ଗୃହୀତ ହୋଇଥିଲା।

LEAVE A REPLY

Please enter your comment!
Please enter your name here