ଦୁଇଟି ବାଣ ଦୋକାନ ଉପରେ ହିଂଜିଳି ପୋଲିସ୍ ର ଚଢାଉ, ପ୍ରାୟ ପାଞ୍ଚ ଲକ୍ଷ୍ୟ ଟଙ୍କାର ବାଣ ଜବତ ୨ ଅଟକ

0
326

ହିଂଜିଲିକାଟୁ(ହିମାଂଶୁ ବେହେରା)ବାଣ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଧ କରିବା ସହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ ମଧ୍ୟ ରାଜ୍ୟ ସରକାର ନିଷିଧ ଘୋଷଣା କରିଛନ୍ତି | ତଥାପି ବିଭିନ୍ନ ଗ୍ରାମରେ ବାଣ ଲୁଚା ଚୋରାରେ ବିକ୍ରି ହେଉଥିବା ହିଂଜିଳି ପୋଲିସ୍ ର ଖବର ହସ୍ତଗତ ହୋଇଛି ହିଂଜିଳି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବାଣ ଗଚ୍ଛିତ ଥିବା କୌଣସି ସୂତ୍ରରୁ ଖବର ପାଇ ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କଂ ନେତୃତ୍ବରେ ବାଣ ଗୋଦାମ ଉପରେ ଚଢ଼ାଉ କରି ସେଠାରେ ଗଚ୍ଛିତ ଥିବା ବିଭିନ୍ନ କିସମର ବାଣ ଜବତ କରି ଦୁଇ ଜଣ ଗିରଫ କରିବା ସହ 406/20,407/30 ରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ର ଥାନ ଅଧିକାରୀ କହିଛନ୍ତି ଜବତ ହୋଇଥିବା ସମସ୍ତ ବାଣର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here