ଶ୍ରୀ ଶନିଶ୍ଚର ମନ୍ଦିର ର ନିର୍ମାଣ ଓ ପ୍ରତିଷ୍ଠା ସକାଶେ ଅର୍ଥ ସଂଗ୍ରହ ଅଭିଯାନ

0
367

ବେଗୁନିଆପଡ(ଭଞ୍ଜ କିଶୋର ମହାରଣା) ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ବାଲିବାଣ ଠାରେ ନବ ନିର୍ମିତ ଶ୍ରୀ ଶନିଶ୍ଚର ମନ୍ଦିର ନିର୍ମାଣ ତଥା ପ୍ରତିଷ୍ଠା ଉତ୍ସବ ସକାଶେ ସାପ୍ତାହିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟି ର ସଭାପତି ପ୍ରକାଶ ଚନ୍ଦ୍ର ତିଆଡ଼ିଙ୍କ ତତ୍ୱାବଧାନରେ ଆଜି ନିକଟସ୍ଥ ସମସ୍ତ ଗ୍ରାମ ପରିଭ୍ରମଣ କରି ଅର୍ଥ ଆଦାୟ କରିବା ସହିତ ଏହି ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ଲୋକଙ୍କୁ ଅବଗତ କରାଇଥିଲେ । ସୂଚନା ଯୋଗ୍ୟ ଯେ ଉକ୍ତ ମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ସରିଥିବା ବେଳେ ଏଠାରେ ଵୃଦ୍ଧାଶ୍ରମ,ଭଣ୍ଡାର ଗୃହ ତିଆରି କରିବା ପାଇଁ ଆଖ ପାଖ ପାଞ୍ଚ ଟି ପଞ୍ଚାୟତ ର ଅବଦାନ ଉପରେ ଲୋକଙ୍କୁ ଅବଗତ କରାଯାଇଛି । ଆଜି ର ଅର୍ଥ ସଂଗ୍ରହ ଅଭିଯାନରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଶରତ ଚନ୍ଦ୍ର ପାଣ୍ଡୀ,ସମ୍ପାଦକ ମୋଚିରାମ ସେଠି,ସୁବାଷ ଚନ୍ଦ୍ର ବିଶ୍ୱାଳ,ବାସ୍ତୁ ବିଶାରଦ ବଳରାମ ମହାରଣା, ଚନ୍ଦ୍ରମଣି ଗୌଡ଼, ବସନ୍ତ କୁମାର ବାରିକ,କୋଷାଧକ୍ଷ ନାରାୟଣ ସାହୁ, ବିଜୁଳି ଡାଙ୍ଗୁଆ,ସୁରେନ୍ଦ୍ର ନାଥ ପରିଡା, ପ୍ରକାଶ ଚନ୍ଦ୍ର ନାୟକ,ବିଜୟ କୁମାର ନାୟକ, ଦେବାଶିଷ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଅଗାମୀ ଦିନରେ ମନ୍ଦିର ର ଅଗ୍ରଗତି ନେଇ ସମସ୍ତ ଗ୍ରାମରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସଭାପତି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here