ନଗର ବିଜେଡିର ସକ୍ରିୟ କର୍ମୀଙ୍କ ବୈଠକ

0
322

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ନଗର ବିଜୁ ଜନତା ଦଳର ସକ୍ରିୟ କର୍ମୀଙ୍କୁ ନେଇ ଏକ ବୈଠକ ଶୁକ୍ରବାର ଦିନ ବୁଦ୍ଧଖୋଲ କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ ଅଧ୍ୟକ୍ଷତା କରିଥିଲେ। ସାଙ୍ଗଠନିକ ବିଷୟ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିପରି ତୁରନ୍ତ ଶେଷ ହୋଇପାରିବ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସୁଧାଂଶୁ ଶେଖର ପାଢ଼ୀ, ଏସ ଦିଲେଶ୍ୱର ପାତ୍ର, କେ ତ୍ରିଲୋଚନ ଦୋରା, ଏ ଚନ୍ଦନ ଚର୍ଚ୍ଚିତ ପାତ୍ର, ଧୋବା ସ୍ଵାଇଁ, ରମଣ ନାହାକ, ହର ପ୍ରସାଦ ମହାପାତ୍ର, ସାହିଲ ପ୍ରଧାନ ଙ୍କ ସମେତ ବହୁ ସକ୍ରିୟ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here