ଚୋରି ପଲ୍ସର୍ ଉଦ୍ଧାର,୪ ଗିରଫ

0
300

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଗତ ଚାରି ତାରିଖ ମଧ୍ୟ ରାତ୍ରରେ ଚାରି ଜଣ ଚୋର ଗାଡିର ତାଲା ଭାଙ୍ଗି ପଲ୍ସର୍ ଟିକୁ ଚୋରି କରି ଏକ ପାଳ ଗଦାରେ ପାଳ ଘୋଡାଇ ଲୁଚାଇ ରଖିଥିଲେ I ବାଇକ୍ ଟିକୁ ବିକିବା ପାଇଁ ଯାଉଥିବା ବେଳେ ପୋଲିସ୍ ପାଟ୍ରୋଲିଂରେ ହଡବଡେଇ ଯାଇଥିଲେ I ପୋଲିସ୍ ଏମାନଙ୍କୁ ପିଛା କରି ଧରିବା ସହ ଚୋରି ମାମଲାରେ ସଂପୃକ୍ତ ଥିବା ଚାରି ଜଣକୁ ଗିରଫ କରି ଆସ୍କା କୋର୍ଟ୍ କୁ ପଠାଇଥିବା ଜଣା ପଡ଼ିଛି I ମିଳିଥିବା ତଥ୍ୟ ଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଓ ବଡ଼ ବୋର୍ସିଂ ମଝିରେ ଘର କରି ରହୁଥୁବା ଲୋଚନ ସ୍ଵାଇଁଙ୍କ 220 ପଲ୍ସର୍ ଯାହାର ନମ୍ବର୍ OD33H1863 କଳା ଓ ନାଲି ମିଶା ପଲ୍ସର୍ ଟିକୁ ଗତ ଚାରି ତାରିଖ ମଧ୍ୟ ରାତ୍ରରେ କାଳିଆଗୁଡା ଗ୍ରାମର ଗୋପାଳ ନାୟକ (23),ରାଜା ନାୟକ (21),ଯୁବରାଜ ପ୍ରଧାନ(21) ଓ ସୂର୍ଯ୍ୟ ନାରାୟଣ ସେଠୀ (21) ଚାରିଜଣ ମିଶି ପଲ୍ସର୍ ଟିକୁ ନେଇ ଯାଇ ବାଇକ୍ ଟିକୁ ପାଳ ଘୋଡାଇ ଲୁଚାଇ ରଖିଥିଲେ I ଆଜି ଭୋର୍ ରୁ କଣ୍ଟେଇପଲି ଛକରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ପଲ୍ପରଟିକୁ ବିକିବା ପାଇଁ ଯାଉଥିବା ବେଳେ ପୋଲିସ୍ କୁ ଦେଖି ହଡବଡେଇ ଯାଇଥିଲେ I ପୋଲିସ୍ କୁ ଦେଖି ରାଜା ଓ ଗୋପାଳ ଚମ୍ପଟ୍ ମାରିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ୍ ସେ ଦୁହିଁଙ୍କୁ କାବୁ କରିଥିଲେ I ଏମାନଙ୍କୁ ଧରିବା ପରେ ଏହି ଗାଡି ଚୋରି ମାମଲାରେ ଯୁବରାଜ ଓ ସୂର୍ଯ୍ୟ ନାରାୟଣ ସମ୍ପୃକ୍ତି ଥିବା ପୋଲିସ୍ ଜାଣିପାରି କାଳିଆଗୁଡାରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା I ଏନେଇ ଗାଙ୍ଗପୁର ଥାନାରେ 320/20 ରେ ଏକ ଚୋରି ମାମଲା ରୁଜୁ ହୋଇଥିଲା I ଚୋରି ମାମଲାରେ ସଂପୃକ୍ତ ଥିବା ସମସ୍ତ ଗିରଫ ଚାରି ବ୍ୟକ୍ତିଙ୍କୁ ଆସ୍କା କୋର୍ଟ୍ ଚାଲାଣ କରିଥିବା ତଦନ୍ତକାରୀ ଅଫିସର୍ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here