ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ଦେଶ୍ୟ ରେ ଜଙ୍ଗଲ ରେ ନିଆଁ ସଂଯୋଗ କରିବା ବେଳେ ଦେଶୀ ବନ୍ଧୁକ ସହ ୨ଗିରଫ

0
428

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବଡଗଡ ବନାଞ୍ଚଳରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓ ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ ଙ୍କ ତତ୍ତ୍ୱାବଧାନରେ ଉପଖଣ୍ଡ ସ୍ତରୀୟ ମୋବାଇଲ ସ୍କାଡ଼ଟିମ ଏବଂ ବଡ଼ଗଡ ରେଞ୍ଜ ଷ୍ଟାଫ ବଡ଼ଗଡ ଜଙ୍ଗଲ ରେ ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲ ଜନ୍ତୁ ଶିକାର ଉଦ୍ଦେଶ୍ୟ ରେ ଜଙ୍ଗଲ ରେ ନିଆଁ ସଂଯୋଗ କରୁଥିବା ସମୟରେ ଦୁଇ ଜଣ ଆସାମୀ କୁ ଦେଶୀ ବନ୍ଧୁକ ଏବଂ ଅନ୍ୟାନ୍ୟ ସରଞ୍ଜାମ ସହ ଗିରଫ କରାଯାଇଛି। ଏ ନେଇ ବଡ଼ଗଡ ବନାଞ୍ଚଳ ରେଞ୍ଜ ଓର କେଶ ନଂ ୩୨୦/୨୦-୨୧ ମାମଲା ରୁଜୁ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଛି। ବନ ବିଭାଗ ପକ୍ଷରୁ ଜନସାଧାରଣ କୁ ଅନୁରୋଧ କରାଯାଇଛି ଯେ ଜଙ୍ଗଲ ରେ ନିଆଁ ଲଗାଇବା ଓ ବଣ୍ୟଜନ୍ତୁ କୁ ଶୀକାର କରିବା ଏକ ଦଣ୍ଡନୀୟ ଅପରାଧ ଏଣୁ ଏଥିରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here