ବାଇକ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ବାଇକ ଚାଳକ ଗୁରୁତର

0
310

ଆସ୍କା(ଜଗନ ପଣ୍ଡା)ଆସ୍କାରୁ ସୋରଡାକୁ ବାଇକ ଯୋଗେ ପରିବା ବ୍ୟବସାୟ କରିବାକୁ ଯାଉଥିବା ମୁକ୍ତାପୁଞ୍ଜି ଗ୍ରାମର ସଂଗ୍ରାମ ଦାସ,ପିତା-ପଞ୍ଚାନନ ଦାସ ଆଜି ସକାଳ 5.50ରେ ଜାତୀୟ ରାଜପଥ 59 ତାଲପାଟଣା ବ୍ରିଜ ନିକଟରେ ଧରକୋଟରୁ ଆସୁଥିବା ଏକ ଟ୍ରାକ୍ଟର(OD07L7629)ବାଇକ NO-OD32F5165 କୁ ଧକ୍କା ଦେଇଥିଲା ଫଳରେ ବାଇକ ଚାଳକ ସଂଗ୍ରାମ ଦାସ ଗୁରୁତର ହୋଇଥିଲେ।ତେଣୁ ତାଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ଅଗ୍ନିଶମ ବାହିନୀ ଓ ଧରାକୋଟ ପୋଲିସ ଆମ୍ବୁଲାନ୍ସ ଯୋଗେ ଆସିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଦୁଇ ଗାଡିକୁ ଜବତ କରିବା ସହ ଦୃଘଟଣାର କାରଣ ସନ୍ଦlନ କରୁଛି।ସୂଚନା ଥାଉକି ଏହି ସ୍ଥାନରେ 25 ରୁ 30 ଟି ଦୃଘଟଣା ଏଯାବତ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଅଭିଯୋଗ ରହିଥିଲେ ମଧ୍ୟ କୌଣସି ବେରିକେଟର ବ୍ୟବସ୍ଥା କରାଯାଇ ନଥିବା ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here