ମାଆ ସିଦ୍ଧେଶ୍ଵରୀଙ୍କ ପୀଠରେ ଓଡ଼ିଆ ଆଲବମ୍ ମୋ ପ୍ରେମକୁ ସମାଧି ଦେଲୁର ଶେଷ ପର୍ଯ୍ୟାୟ ସୁଟିଂ

0
385

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ସ୍ଥିତ ମାଆ ସିଦ୍ଧେଶ୍ଵରୀ ପୀଠରେ ଓଡ଼ିଆ ଆଲବମ୍ ମୋ ପ୍ରେମକୁ ସମାଧି ଦେଲୁର ଶେଷ ପର୍ଯ୍ୟାୟ ସୁଟିଂ ହୋଇଯାଇଛି I ଅଞ୍ଚଳର ଯୁବ ପ୍ରଯୋଜକ ଜଗନ୍ନାଥ ନାୟକଙ୍କ ସମ୍ପୂର୍ଣ୍ଣା ମ୍ୟୁଜିକ ବ୍ୟାନର୍ ରେ ନିର୍ମିତ ଏହି ଆଲବମ୍ ର ନିର୍ଦ୍ଦେଶନା ଭାର ମାନସ କୁମାର ଏବଂ ଜଗନ୍ନାଥ ନାୟକ ସମ୍ଭାଳି ଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ପ୍ରଶାନ୍ତ ଆଛନ୍ତି I ସେହିପରି ଡିଓପି ଦାୟିତ୍ୱ ମାନସ, ଟୁନା, ମେକ୍ ଅପ୍ ଦାୟିତ୍ୱ ଶିଶିର ନେଇଥିବା ବେଳେ ସନ୍ତୋଷ କୁମାର ସହଯୋଗ କରିଛନ୍ତି I ସନ୍ତୋଷ ବିଷୋୟୀ ଏବଂ ସନ୍ତୋଷ ତ୍ରୀପାଠୀ (ପିଣ୍ଟୁ) ଙ୍କ ରଚିତ ଗୀତ ଏବଂ ଦାଶରଥିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଆଲବମ୍ ଟିରେ ପୂଜା, କାଜଲ୍, ତପୁ, ସନ୍ତୋଷ, ଗଣେଶ, ରାଜୁ, ଜଗନ୍ନାଥ ଏବଂ ପଞ୍ଚାନନ ପ୍ରମୁଖ ଅଭିନୟ କରିଛନ୍ତି I ଆଲବମ୍ ଟିରେ ଥିବା ଆଠଟି ଗୀତର ସୁଟିଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ତଥା ଭଞ୍ଜନଗର ସ୍ଥିତ ଛେଦାଭୂମି ଜଳ ଭଣ୍ଡାର, ମାଧବରିଡ଼ା ଆନିକଟ୍ ଏବଂ ଗୋବରା ବଜାରରେ ହୋଇସାରିଥିବା ବେଳେ ମାଆ ସିଦ୍ଧେଶ୍ଵରୀ ପୀଠରେ ଶେଷ ପର୍ଯ୍ୟାୟ ସୁଟିଂ ସରିଯାଇଛି I ଅତିଶୀଘ୍ର ଷ୍ଟୁଡିଓ ରେକର୍ଡିଂ କାର୍ଯ୍ୟ ସମାପ୍ତ କରି ଆସନ୍ତା ଦୀପାବଳିରେ ଆଲବମ୍ ଟିର ଶୁଭ ମୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଯୋଜକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here