ଲାଇଫ ଭଲୁଂଟୀଅର ଫୋର୍ସ ର ସାଙ୍ଗଠନିକ ବୈଠକ

0
319

ବ୍ରହ୍ମପୁର(ଜଗା ପଣ୍ଡା) ଆଜି ଆସିକା ଦେବଭୂମି କଲ୍ୟାଣ ମଣ୍ଡପ ଠାରେ ଲାଇଫ ଭଲୁଂଟୀଅର ଫୋର୍ସ ତରଫରୁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍ବେଛାସେବୀ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀ ମାନସ ଦାସ ଓ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଏହି ସଭାରେ କୋଭିଡ 19 ଉପରେ ବିଶେଷ ଆଲୋଚନା କରାଯାଇଥିଲା |ତତସହିତ ସଂଗଠନର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ସହ କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା |ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ କୋଭିଡ 19 ଉପରେ ସଚେତନତା ସୃଷ୍ଟି କରିବା, ଗରିବ କର୍କଟ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାର ସୁବନ୍ଦୋବସ୍ତ କରିବା ସହ ସମସ୍ତ ଆଲୋଚିତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ସମସ୍ତ ସ୍ବେଛାସେବୀ ଙ୍କୁ ଅନୁରୋଧ କରିଥିଲେ |

LEAVE A REPLY

Please enter your comment!
Please enter your name here