ଶିକ୍ଷକ ଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ପ ହାତରେ ଧରା ପଡିଛନ୍ତି ନୂଆଗଡ ବିଇଓ

0
304

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ର ବିଇ ଓ ବ୍ରଜସୁନ୍ଦର ନାୟକଙ୍କ ଅସଲି କାର୍ଯ୍ୟ ଦାଣ୍ଡରେ ପଡି ହାଟରେ ଗଡିଲା। ଯାହା କି ଶ୍ରୀ ନାୟକ ବିଡ଼ିଓ ୨୦୧୮ ଜୁଲାଇ ୧୦ତାରିଖ ଦିନ ନୂଆଗଡ ବ୍ଲକ ବିଇଓ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ସେ ଦିନଠାରୁ ତାଙ୍କ ନାମରେ ଅଭିଯୋଗ ହୋଇ ଆସୁଥିଲା। ସେ ଏବିଇଓ ଭାବେ ରା.ଉଦୟଗିରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଥିବା ସମୟରେ ମଧ୍ୟ ତାଙ୍କ ନାମରେ ସେହି ପ୍ରକାର ଅଭିଯୋଗ ଆସିଥିଲା। ଫଳରେ ଚାକିରି ଭୟରେ କୌଣସି ଶିକ୍ଷକ ମୁହଁ ମଧ୍ୟ ଖୋଲିବା ପାଇଁ ସକ୍ଷମ ହୋଇ ପାରୁନଥିଲେ। ଏହି ଅବସରରେ ଆଜି ତାଙ୍କରି ହସଲି କାର୍ଯ୍ୟ ପଦାରେ ପଡିଯାଇଛି ଯାହା କି ଦୁର୍ନୀତିର ଗନ୍ତାଘର ବ୍ରଜବାବୁ ଧରାପଡ଼ିଛନ୍ତି ବ୍ରହ୍ମପୁର ଦୁର୍ନୀତି ନିର୍ବାରଣ ଟିମ ହାତରେ। ଜଣେ ଶିକ୍ଷକଙ୍କ ୧୨ମାସର ଦରମା ୪,୫୬,୦୦୦ ଟଙ୍କା ବିଲ କରିବା ପାଇଁ ତାଙ୍କ ଠାରୁ ୩୦ହଜାର ଟଙ୍କା ଦାବି କରିଥିଲେ। ପୂର୍ବରୁ କିଛି କିଛି ବିଲ କରିବା ପାଇଁ ଏହି ଶିକ୍ଷକଙ୍କ ଠାରୁ ବିଇଓ ପ୍ରାୟ ୩୫ହଜାର ନେଇସାରିଥିବା ପ୍ରକାଶ କରିଥିବା ବେଳେ ଅଭିଯୋଗକାରୀ ତଥା ସମ୍ବଲପୁର ଅପ-ଗ୍ରେଡେଡ଼ ହାଇସ୍କୁଲର ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାୟକ। ସମ୍ପର୍କରେ ଉଭୟ ସଙ୍ଗାତ ଭାଇ।ଅଭିଯୋଗ ମୁତାବକ ୨୦୨୦ ନଭେମ୍ବର ଠାରୁ ୨୦୨୧ ଅକ୍ଟୋବର ମାସ ପର୍ଯ୍ୟନ୍ତ ୧୨ମାସର ଦରମା କରିବା ନିମନ୍ତେ ବିଭିନ୍ନ ପ୍ରକାର ଆଳ ଦେଖାଇ ହଇରାଣ ହରକତ କରୁଥିଲେ ବିଇଓ। ସୂଚନା ଅନୁଯାୟୀ ଏକବର୍ଷ ମଧ୍ୟରେ ଅଭିଯୋଗକାରୀ ବିଭିନ୍ନ ଦୋକାନି ଓ ଶିକ୍ଷକମାନଙ୍କ ଠାରୁ ଧାର ଉଧାର କରି ଘର ସଂସାର ଚଳାଉଥିଲେ। ଆଉ ସାତ ମାସ ପରେ କାର୍ଯ୍ୟରୁ ଅବସର ନେଇଥାନ୍ତେ ସେ ଅଭିଯୋଗକାରୀ ଶିକ୍ଷକ। ତଥାପି ଦୟାମାୟା କିଛି ବି ଚିନ୍ତା ନକରି ବ୍ରଜବାବୁଙ୍କରକେବଳ ଦରମା ଟଙ୍କା ନୁୁହେଁ ୬ଲକ୍ଷ ୩୮ହଜାର ଟଙ୍କାର ବକେୟାଏରିଅର ବିଲ ମଧ୍ୟ କରାଇ ଦେଉନଥିଲେ। ଶେଷରେ ଉପାୟ ନପାଇ ତାଙ୍କ ସାଙ୍ଗ ଭାଇକୁ ବାଟକୁ ଆଣିବା ପାଇଁ ଭିଜିଲାନ୍ସର ସହାୟତା ନେଇଥିଲେ ଶିକ୍ଷକ ଜଣକ। ଆଜି ଅପରାହ୍ନରେ ଦାବି ମୁତାବକ ଟଙ୍କା ନେଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ମାଡି ବସିଥିଲେ ଟଙ୍କା ସହ। ଏଭଳି କାରବାରରେ କାର୍ଯ୍ୟାଳୟର କ୍ଳର୍କ ଓ ଏବିଇଓ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ ବ୍ରଜ କୁମାର ନାଏକ ସମ୍ବଲପୁର ଅପ-ଗ୍ରେଡେ଼ଡ଼ ହାଇସ୍କୁଲରେ ଶିକ୍ଷକ ଥିବା ସମୟରେ ସଙ୍ଗାତ ଭାଇ କ୍ଷୀରୋଦ ଚନ୍ଦ୍ର ନାୟକ ସମ୍ବଲପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ତଦନ୍ତ ପରେ ଭିଜିଲାନ୍ସ ଟିମ ବ୍ରଜ କୁମାର ନାୟକଙ୍କୁ ନିଜ ସାଙ୍ଗରେ ନେଇ ବ୍ରହ୍ମପୁର ଅଭିମୁଖେ ଚାଲି ଯାଇଥିବା ସୂଚନା ମିଳିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here