ଜିଲ୍ଲା ସ୍ତରୀୟ ନଗର ଉନ୍ନୟନ ସମୀକ୍ଷା ବୈଠକ

0
298

ଛତ୍ରପୁର(ନ୍ୟୁଜଏକ୍ସଟ୍ରା)ଗଞ୍ଜାମ ଜିଲ୍ଲାସ୍ତରୀୟ ନଗର ଉନ୍ନୟନ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପରିବେଶ ପରିଷ୍କାର ପରିଚ୍ଛନ୍ନତା, ଡଷ୍ଟବିନ୍ ଗୁଡିକର ସଠିକ ବ୍ୟବହାର, ଘରଘର ବୁଲି ଆବର୍ଜନା ସଂଗ୍ରହ, ବର୍ଜ୍ୟ ବସ୍ତୁ ପରିଚାଳନା, ବୃକ୍ଷ ରୋପଣ ଆଦି ଉପରେ ଆଲୋଚନା କରିଥିଲେ ।
ସହରାଞ୍ଚଳରେ କ୍ଷୁଦ୍ର କମ୍ପୋଷ୍ଟ କେନ୍ଦ୍ର ଓ ଅଣଜୈବିକ ଆବର୍ଜନା ସଂଗ୍ରହ କେନ୍ଦ୍ର ନିର୍ମାଣ, ବିଦ୍ୟୁତ୍ ଯୋଗାଣ ଏବଂ ସେଗୁଡିକର କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିବା ସହ “ମୋ ଖତ” ର ବିକ୍ରି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ । ସ୍ବଚ୍ଛ ଭାରତ ଅଭିଯାନ ଅନୁଯାୟୀ ଆବର୍ଜନା ମୁକ୍ତ ସହରଭାବେ ସମସ୍ତ ସହରର ମାନାଙ୍କ ନିର୍ଦ୍ଧାରଣ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସହରାଞ୍ଚଳ ଶ୍ରମଭିତ୍ତିକ ନିଯୁକ୍ତିରେ ଶ୍ରମିକ ମାନେ ଯେପରି ଅଧିକ ମଜୁରୀ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ସହ ସେମାନଙ୍କ ସାପ୍ତାହିକ ଦେୟ କୁ ପ୍ରାଧାନ୍ୟ ଦେବାପାଇଁ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସ୍ମାର୍ଟପାର୍କ ଓ ଶ୍ମଶାନର ଆଧୁନିକୀ କରଣ ଓ ମାନାଙ୍କ ବୃଦ୍ଧି ନିମନ୍ତେ ଯଥାଶୀଘ୍ର ମୂଲ୍ୟାୟନ ରିପୋର୍ଟ ଦାଖଲ କରି ଅନୁମୋଦନ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀନ୍ ସିଟି ମିଶନ୍ କାର୍ଯ୍ୟରେ ୧୧୦୦୦ବୃକ୍ଷ ରୋପଣ କରାଯାଇଛି ଏବଂ ଖାଲି ଥିବା ଜାଗା ମାନଙ୍କରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ କରିବାପାଇଁ ଜଣାଇଥିଲେ ।
(ପି.ଏମ୍.ଏସ୍.ଭି.ଏ.) ପ୍ରଧାନମନ୍ତ୍ରୀ ସ୍ପନିଧି ଯୋଜନାରେ ସହରାଞ୍ଚଳର ବୁଲା ବିକାଳୀଙ୍କର ରେଜିଷ୍ଟ୍ରେସନ୍ କରାଇ ସେମାନେ ଯେପରି ୧୦ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ଋଣ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପଞ୍ଚମ ରାଜ୍ୟ ଆର୍ଥିକ ଗ୍ରାଣ୍ଟ ଦ୍ବାରା ଜିଲ୍ଲାର ସହରାଞ୍ଚଳରେ ଥିବା ସମସ୍ତ ପୋଖରୀ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ସହ ବର୍ତ୍ତମାନ ଥିବା ପେଖରୀ ଗୁଡିକର ସ୍ଥିତି ସମୀକ୍ଷା କରିଥିଲେ ।
ବସ୍ତି ଗୁଡିକର ମାନ ବୃଦ୍ଧି ନିମନ୍ତେ ପକ୍କା ରାସ୍ତା, ଡ୍ରେନ୍ ନିର୍ମାଣ, ରାସ୍ତା ପାର୍ଶ୍ବରେ ଆଲୋକୀ କରଣ, ଘର ଗୁଡିକୁ ପାନୀୟ ଜଳ . ଓ ବିଦ୍ୟୁତ୍ ଯୋଗାଣ କରିବା ସହ ବ୍ୟାଟେରୀ ଚାଳିତ ଯାନ ଚଳାଚଳ ନିମନ୍ତେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ପରାମର୍ଶ ଦେଇଥିଲେ ।
ବୈଠକରେ ଜିଲ୍ଲାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here