ଭଞ୍ଜନଗର ର ଗର୍ବ ଅନନ୍ୟ ଅପ୍ରମେୟ ସହପାଠୀ ଙ୍କ ସହ ଉଦ୍ଭାବନ କଲେ ଦେଶୀ ଜ୍ଞାନ କୌଶଳରେ ଘରୋଇ ଭେଣ୍ଟିଲିଟର।

0
606

ଭଞ୍ଜନଗର(ନିଲୁ ବିଷୋୟୀ) ଦେଶୀ ଜ୍ଞାନ କୌଶଳରେ ଉଦ୍ଭାବନ ହେଲା ଘରୋଇ ଭେଣ୍ଟିଲିଟର।ଲକ୍ ଡାଉନ ସମୟରେ ସମ୍ପୁର୍ଣ ଦେଶୀୟ ଜ୍ଞାନ କୌଶଳରେ ଭେଣ୍ଟିଲିଟର ତିଆରି କରିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଟେକ ଛାତ୍ର ଅନନ୍ୟ ଅପ୍ରମେୟ ଓ ସାଥି ମାନେ।ଅନନ୍ୟ ଭୁବନେଶ୍ୱରରେ ରହି ଇଞ୍ଜିନିୟରିଂ କରୁଛନ୍ତି। ଲକ୍ ଡାଉନ ପରଠାରୁ କଲେଜ ବନ୍ଦ ହେବା ପରେ ସେ ନିଜ ଘରେ ରହୁଛନ୍ତି। ପିତା ଏ. ଗୌର ସୁନ୍ଦର ସେନାପତି ଙ୍କ କଥାରେ ଅନୁପ୍ରାଣିତ ହୋଇ କରୋନା ସମୟରେ ରୋଗୀଙ୍କ ପାଇଁ କିଛି କରିବାର ଜିଜ୍ଞାସା ମନରେ ଆସିଥିଲା।ନିଜ ଅଧ୍ୟାପକ ଡା.ସୁରେଶ ଶର୍ମା ଙ୍କ ପରାମର୍ଶ କ୍ରମେ ଆଠ ଜଣ ସାଙ୍ଗକୁ ନେଇ ଏକ ଟିମ ହୋଇଥିଲା। ଭେଣ୍ଟିଲିଟର ଟିକୁ ପ୍ରସ୍ତୁତ କରିବା ପାଇଁ ପୁରା ଟିମ ପ୍ରୟାସ ଆରମ୍ଭ କରିଥିଲା।ଆଉ ପୁରା ଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି ପୁରା ସ୍ବଦେଶୀ ଭେଣ୍ଟିଲିଟର।ଏହି ଭେଣ୍ଟିଲିଟରର ନାମ ଦେଇଛନ୍ତି ସ୍ୱାସ୍ନର। ଏହାକୁ ଅମ୍ଳଜାନ ସିଲିଣ୍ଡର ରଖିଥିବା ରୋଗୀ ଏବଂ ଯେଉଁମାନଙ୍କ ପାଖରେ ସିଲିଣ୍ଡର ନାହିଁ ସେମାନେ ମଧ୍ୟ ହାତରେ ପମ୍ପିଂ କରି ବ୍ୟବହାର କରିପାରିବେ।ଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭଵ କରୁଥିବା ରୋଗୀଙ୍କ ପାଇଁ ଏହା ବେଶି ଫଳପ୍ରଦ ହୋଇପାରିବ ବୋଲି ସେମାନେ କହିବା ସହ ପୁରା ଡିଭାଇସ ବନେଇବା ପାଇଁ ଚାରିମାସ ସମୟ ଲାଗିଥିବା କହିଛନ୍ତି ଅନନ୍ୟ ଅପ୍ରମେୟ।କରୋନା ମହାମାରୀ ସମୟରେ ରୋଗୀ ଯେଭଳି ଅକ୍ସିଜେନ ଅଭାବରୁ ମୃତ୍ୟୁ ନହେବ ତାହାକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି। ସେମାନେ ପ୍ରସ୍ତୁତ କରିଥିବା ଭେଣ୍ଟିଲିଟରଟି ରୋଗୀକୁ ଜରୁରୀ ପରିସ୍ଥିତିରେ ସୁବିଧାରେ ଅକ୍ସିଜେନ ଯୋଗାଇ ଦେଇପାରିବ।ତାହା ସହିତ ସ୍ୱଳ୍ପ ଖର୍ଚ୍ଚରେ ମଧ୍ୟ ବଜାରରେ ଉପଲବ୍ଧ ହୋଇପାରିବ। ଜଣେ ଶ୍ଵାସ ଜନିତ ସମସ୍ୟା ଥିବା ରୋଗୀ ଏହାକୁ ଘରେ ରଖି ମଧ୍ୟ ବ୍ୟବହାର କରି ପାରିବେ। ଦେଶୀ ଘରୋଇ ଭେଣ୍ଟିଲିଟର ଉଦ୍ଭାବନ କରି ଚର୍ଚ୍ଚା ରେ ରହିଛନ୍ତି ଅନନ୍ୟ ଅପ୍ରମେୟ ,ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣା ଯାଉଛି। ସେ ହେଉଛନ୍ତି ଭଞ୍ଜନଗର ସହର ର ସଫଳ ବ୍ୟବସାୟୀ ଏ. ଗୌର ସୁନ୍ଦର ସେନାପତି ଏବଂ ଏ.ଵିଷ୍ଣୁ ପ୍ରିୟା ସେନାପତି ଙ୍କ ସୁଯୋଗ୍ୟ ସନ୍ତାନ।

LEAVE A REPLY

Please enter your comment!
Please enter your name here