ବିଶ୍ୱବିଦ୍ୟାଳୟ ର ସ୍ୱାୟତତା ଏବଂ ଶିକ୍ଷା ପରିବେଶ କୁ ଧ୍ୱଂସ କରିବା ପ୍ରତିବାଦ ରେ ବ୍ରହ୍ମପୁର ଏବିଭିପି ପକ୍ଷରୁ ବିକ୍ଷୋଭ।

0
296

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ରାଜ୍ୟ ସରକାର ତରବରିଆ ଭାବେ କିଛି ଦିନତଳେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ନାମରେ ଯେଉଁଭଳି ଭାବେ ବିଶ୍ୱବିଦ୍ୟାଳୟ ଗୁଡିକ ଉପରୁ ସ୍ୱାୟତତା ଉଠାଇନେଇ ସରକାରୀ କଳ ଦ୍ୱାରା ପରିଚାଳିତ କରିବା ପାଇଁ ନିଷ୍ପତ୍ତି କରିଛନ୍ତି ତାହା ଏକ ନିନ୍ଦନୀୟ ବିଷୟ।
ଯେତେବେଳେ ରାଷ୍ଟ୍ରୀୟ ଶିକ୍ଷା ନୀତି ମହାବିଦ୍ୟାଳୟ ଗୁଡିକୁ ବିଭିନ୍ନ ଦୃଷ୍ଟିରୁ ସ୍ୱାୟତତା ପ୍ରଦାନ କରିବା ଦିଗରେ ଅଗ୍ରସର ହେଉଛି, ସେହିସମୟରେ ରାଜ୍ୟ ସରକାର ପ୍ରକାରାନ୍ତରେ ବିଶ୍ୱବିଦ୍ୟାଳୟ ଗୁଡିକର ରାଜନୀତିକରଣ ଏବଂ ଅମଲାକରଣ କରି ଏହା କୁ ନିଜ ଆଡ୍ଡାସ୍ଥଳୀ କରିବାପାଇଁ ଚାହୁଁଛନ୍ତି।ଏହା ଶିକ୍ଷାବିରୋଧୀ ମାନସିକତା କୁ ଦର୍ଶାଉଛି।

ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ କୂଳାଧିପତି(ରାଜ୍ୟପାଳ)ଙ୍କର ଥିବା ସମ୍ବିଧାନିକ କ୍ଷମତା କୁ ପଙ୍ଗୁ କରିଦେଇ କୁଳପତି ନିଯୁକ୍ତି ଏବଂ financial audit କୁ ସରକାର ନିଜେ ପରିଚାଳନା କରିବା ପାଇଁ ନିୟମ ପ୍ରଣୟନ କରିବା ସରକାରଙ୍କର ଆର୍ଥିକ କ୍ଷେତ୍ରରେ ଦୁର୍ନୀତି ଓ କୁଳପତି ନିଯୁକ୍ତି କ୍ଷେତ୍ରରେ ନିଜର ଦଳୀୟ ଲୋକମାନଙ୍କୁ ପ୍ରୋତ୍ସାହନ ସ୍ପଷ୍ଟ ବାରିହୋଇ ପଡୁଛି।
ସରକାର ବିଶ୍ୱବିଦ୍ୟାଳୟ ରେ ଅଧ୍ୟାପକ ଓ ଅଣ ଶିକ୍ଷକ ମାନକଙ୍କର ନିଯୁକ୍ତି କୁ OPSC ଓ SSB ମାଧ୍ୟମରେ କରିବାପାଇଁ ସ୍ଥିର କରି ଅଧ୍ୟପାକ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ରିକୃତ କ୍ଷମତା ପ୍ରୟୋଗ କରି ବିଶ୍ୱବିଦ୍ୟାଳୟ ଗୁଡିକର ମୌଳିକ ଢ଼ାଞ୍ଚା କୁ ନଷ୍ଟ କରିଦେବାକୁ ବସିଛନ୍ତି।

ବିଶ୍ୱବିଦ୍ୟାଳୟ ଗୁଡିକରେ ସିନେଟ ମାଧ୍ୟମରେ ଛାତ୍ର ମାନଙ୍କର ସହଭାଗୀତା ରହୁଥିବା ବେଳେ ସରକାର କେଉଁଭଳି ଭାବେ ସିନେଟ ନିର୍ବାଚନ କୁ ସଠିକ ଭାବେ ପରିଚାଳନା କରିହେବ ସେ ବିଷୟରେ ଚିନ୍ତା ନକରି ସିନେଟର ଭୂମିକା କୁ ସମାପ୍ତ କରିଦେବାକୁ ବିଦ୍ୟାର୍ଥୀ ପରିଷଦ ବିରୋଧ କରୁଅଛି। ଅନ୍ୟପକ୍ଷରେ ସିଣ୍ଡିକେଟ କୁ ମଧ୍ୟ ନିଜ ପକେଟ ବ୍ୟାପାର କରିବା ପାଇଁ ନିୟମ ରେ ପରିବର୍ତ୍ତନ ଅଣାଯାଇଛି।

ବର୍ତ୍ତମାନ କରୋନା ମାହାମାରି ସମୟରେ ବିଧାନସଭା ଚାଲୁନଥିବା ବେଳେ ରାଜ୍ୟରେ କୌଣସି ଛାତ୍ର ସଂଗଠନ,ଶିକ୍ଷାବିତ କିମ୍ବା ବିରୋଧୀ ଦଳ ମାନଙ୍କ ସହିତ ଆଲୋଚନା ପର୍ଯ୍ୟଲୋଚନା ନକରି ରାତାରାତି ବିଶ୍ୱବିଦ୍ୟାଳୟ ନିୟମରେ ପରିବର୍ତ୍ତନ ଆଣି ଗେଜେଟ ପ୍ରସ୍ତୁତ କରି ବିଶ୍ୱବିଦ୍ୟାଳୟ ମାନଙ୍କୁ ବିଜ୍ଞପ୍ତି ଜାରିକରିବା ରାଜ୍ୟ ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ କୁ ସମସ୍ତଙ୍କ ସାମ୍ନା କୁ ଆଣୁଛି।ସରକାରୀ ଦଳର ଅନୁଗତ ମାନଙ୍କ ଥଇଥାନ ତଥା ଦୁର୍ନୀତି କୁ ଜାରୀରଖିବା ପାଇଁ ଏହି ତରବରିଆ ନିଷ୍ପତି ନିଆଯାଇଛି।
ଏହି ପଦକ୍ଷେପ ମାନ ଶିକ୍ଷା,UGC ଗାଇଡ଼ ଲାଇନ ତଥା ସମ୍ବିଧାନ ବିରୋଧି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେବେବି ସରକାରଙ୍କର ଏହି ଅସମ୍ବିଧାନିକ ନିଷ୍ପତି କୁ ଲାଗୁ କରିବା ପାଇଁ ଦେବନାହିଁ, ଏହି ନିୟମ ବିରୋଧରେ ଏବିଭିପି ବ୍ରହ୍ମପୁର ଶାଖା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।

ଏହି ଆନ୍ଦୋଳନ ରେ ରାଜ୍ୟ ସମ୍ପାଦକ ଶ୍ରୀ ଶଶିକାନ୍ତ ମିଶ୍ର ,ରାଜ୍ୟ ଉପସଭାପତି ଶିବପ୍ରସାଦ ତ୍ରିପାଠୀ , ନଗର ସମ୍ପାଦକ ଚିନ୍ମୟାନନ୍ଦ ପଟ୍ଟନାୟକ, ଜିଲ୍ଲା ବ୍ୟବସ୍ତା ପ୍ରମୁଖ ରଜତ କୁମାର ପାଢୀ , ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ନେତା ଅନିଲ କୁମାର ଡୋର , ଖଲ୍ଲିକୋଟ କଲେଜ ଛାତ୍ର ନେତା ବିକ୍ରମ ଦାସ, ବୃନ୍ଦାବନ ମୁରୁଡ଼ି , ଦୁର୍ଗା ମାଧବ ପଣ୍ଡା ଇତ୍ୟାଦି ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here