ବେଆଇନ ଦେଶୀମଦ ସହ ଏକ ଅଟୋରିକ୍ସା ଜବତ, ୨ଗିରଫ କଲା ଭେଜିପୁଟ ଫାଣ୍ତି ପୋଲିସ

0
391

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ବେଆଇନ ଚୋରା ମଦ କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ ଦ୍ବାରା ଗତ ମାସରେ ଖଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଜଣଙ୍କର ମୃତ୍ୟୁ ହେବା ସହ ସାତଜଣ ଗୁରୁତର ଆହାତ ହୋଇଥିବା ବେଳେ ପୁଣି ସେହି ଗ୍ରାମରେ ବେଆଇନ ମଦ ବିକ୍ରି ହେଉଥିବା ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ବେଆଇନ ମଦ ନେଇ ଯାଉଥିବା ଏକ ଅଟୋରିକ୍ସା ସହ ୭୫୦ ପକେଟ ଦେଶୀମଦକୁ ପଥରା ଗ୍ରାମ ନିକଟରେ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ପଥରା ଗ୍ରାମର ଅଟୋ ଡ୍ରାଇଭର ହରିହର ଦାସ ଓ ଜୁନେସ ଦାସ ଦୁଇ ଜଣଙ୍କୁ ଗୀରଫ କରିବା ସହ କେସ ନମ୍ବର ୩୩୨/୨୦ ଆଧାରରେ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ତି ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here