୯୦୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ

0
545

ବେଗୁନିଆପଡ଼ା:ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକ ଉପରେ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ । ଛତ୍ରପୁର ଅବକରୀ ବିଭାଗ,ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କ ମିଳିତ ଚଢ଼ାଉ ରେ ଜବତ ହୋଇଛି । ଆଜି ସକାଳୁ ସକାଳୁ ସତଡାଉନର ସୁଯୋଗ ନେଇ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଯାହାର ନଂ OD 07L8243 କୋଦଳା ଅଞ୍ଚଳରୁ ସୁମଣ୍ଡଳ ଅଭିମୁଖେ ଯାଉଥିବା ବେଳେ କଞ୍ଚଣା ଛକ ନିକଟରେ ତହସିଲଦାର ଓ ଅବକରୀ ବିଭାଗ ଟ୍ରାକ୍ଟରଟିକୁ ଅଟକାଇ ଥିଲେ । ଟ୍ରାକ୍ଟରଟି ସମ୍ପୁର୍ଣ୍ଣ ପାଲ ଘୋଡା ହେଇଥିବା ବେଳେ ପାଲ କାଢ଼ିବା ପରେ ଜଣା ପଡିଥିଲା ପାଖାପାଖି ୯ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ । ଯାହାର ଅନୁମାନିକ ମୂଲ୍ୟ ୪୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣା ପଡ଼ିଛି । ତେବେ ଗାଡିକୁ ଅଟକାଇବା ସମୟରେ କୌଶଳ କ୍ରମେ ଗାଡି ଡ୍ରାଇଭର ଚମ୍ପଟ ମାରିଥିଲା । ଅବକରୀ ବିଭାଗ ଗାଡିକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ତେବେ ଉକ୍ତ ଟ୍ରାକ୍ଟରଟି କାହାର ଏହାର ପ୍ରକୃତ ମାଲିକ କିଏ କେଉଁ ଅଂଚଳରୁ କେଉଁ ଅଞ୍ଚଳକୁ ଯାଉଥିଲା ତାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି ଅବକରୀ ବିଭାଗ । ଏହି ଅପରେସନ ରେ କୋଦଳା ତହସିଲଦାର ଅବନୀ କୁମାର ସାହୁ ଅବକରୀ ଡେପୁଟି ସୁପରିଡେଣ୍ଟ ଅଭିରାମ ବେହେରା, ସଦର ଇନ୍ସପେକ୍ଟର ଦୀପ୍ତି ମୟୀ ସାହୁ , ମୋବାଇଲ ଇନ୍ସପେକ୍ଟର ପ୍ରତିଧାରା ନାୟକ,ମୋବାଇଲ ସଵ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ଦିଗଲ ,ଖଲ୍ଲିକୋ ଟଅବକରୀ ସବ ଇନ୍ସପେକ୍ଟର ଅଜିତ କୁମାର ପାତ୍ର, ସଦର ସବ ଇନ୍ସପେକ୍ଟର ମୋହନ ପ୍ରଧାନ ମିଳିତ ଭାବେ ଚଢ଼ାଉ କରିଥିଲେ ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here