କେନ୍ଦୁପାଟ ଗ୍ରାମରେ ଚାଲିଥିବା ବେଆଇନ କରତ କଳ ଉପରେ ବନ ବିଭାଗର ଚଢ଼ାଉ, ବିପୁଳ ପରିମାଣର କାଠ ଜବତ

0
404

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ):ଖଲ୍ଲିକୋଟ ବନାଞ୍ଚଳ ଅଧିନସ୍ଥ କେନ୍ଦୁପାଟ ଗ୍ରାମରେ ବହୁ ଦିନ ରୁ ଚାଲିଥିବା ଏକ ବେଆଇନ କରତ କଳ ଉପରେ ଆଜି ବନ ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମୂଲ୍ୟବାନ ଶାଗୁଆନ, ପିଆଶାଳ କାଠ ଓ ବେଆଇନ କରତ କଳ ର ସମସ୍ତ ଯନ୍ତ୍ରପାତି ଜବତ କରାଯାଇଛି । ଦୀର୍ଘ ଦିନ ଧରି କେନ୍ଦୁପାଟ ଗ୍ରାମରେ ବେଆଇନ ଭାବେ କରତ କଳ ଚାଲିଥିବା ବେଳେ ବିଭିନ୍ନ ସମୟରେ ବନ ବିଭାଗ ଏହି କରତ କଳ ଉପରେ ଚଢ଼ାଉ କରିଥିଲେ ମଧ୍ୟ ପୂର୍ବରୁ ସୂଚନା ପାଇ ମାଲିକ କରତ କଳର ଯନ୍ତ୍ରପାତି କୁ ଫିଟାଇ ନେଇଯିବାରେ ସଫଳ ହେଉଥିଲେ । ତେବେ ଆଜି ସକାଳୁ  ବ୍ରହ୍ମପୁର ଡିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଏସିଏଫ ଅଶୋକ ବେହେରା, ଏସିଏଫ ଏ.ମାଧବିଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ବ୍ରହ୍ମପୁର ମୋବାଇଲ ଷ୍ଟାଫ, ଛତ୍ରପୁର ପୋଲିସ ଫୋର୍ସ, ସାମନ୍ତିଆପଲ୍ଲୀ ରେଞ୍ଜର ଷ୍ଟାଫ, ଦିଗପହଣ୍ତି ରେଞ୍ଜର ଷ୍ଟାଫ ଓ ଖଲ୍ଲିକୋଟ ବନ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ କେନ୍ଦୁପାଟ ଗ୍ରାମରେ ଚଢ଼ାଉ କରିଥିଲେ । ଏଥିପାଇଁ ସେମାନେ ତିନୋଟି ଟିମ ରେ ବିଭକ୍ତ ହୋଇ କେନ୍ଦୁପାଟ ଗ୍ରାମ କୁ ଘେରାଉ କରିଥିଲେ । ସେଠାରୁ ବିପୁଳ ପରିମାଣର ଶାଗୁଆନ, ପିଆଶାଳ କାଠ ସହ କରତ କଳ ର ଯନ୍ତ୍ରପାତି ଜବତ କରିଥିଲେ ମଧ୍ୟ କାହାରିକୁ ଗିରଫ କରିପାରି ନଥିଲେ । ଜବତ ସାମଗ୍ରୀ ର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଏସିଏଫ କହିବାସହ  ଆଗାମି ଦିନରେ ଏଭଳି ଚଢ଼ାଉ କାର୍ଯ୍ୟ ଜାରିରହିବ ବୋଲି କହିଥିଲେ । ପରେ ଜବତ ହୋଇଥିବା ସମସ୍ତ କାଠ ଓ ଯନ୍ତ୍ରପାତି ଗୁଡ଼ିକୁ ଚାରୋଟି ଟ୍ରାକ୍ଟର ମାଧ୍ୟମରେ ବ୍ରହ୍ମପୁର ପଠାଯାଇଥିବା ଦେଖିବାକୁ ମିଳିଛି । 

LEAVE A REPLY

Please enter your comment!
Please enter your name here