ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ୟୁନିଅନ ର ନୂତନ କର୍ମକର୍ତ୍ତା ଚୟନ

0
407

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳ ରେ କାର୍ଯ୍ୟରତ ୱେବ ମିଡ଼ିଆ ସାମ୍ବାଦିକ ମାନଙ୍କର 3ୟ ବୈଠକ ସ୍ଥାନୀୟ ଅର୍ଣ୍ଣପୁର୍ଣା କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ସାମ୍ବାଦିକ ନିରାକାର ସାହୁ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇ ଯାଇଛି। ସାମ୍ବାଦିକ ମାନଙ୍କ ସୁରକ୍ଷା, ଏକତା, ଓ ସମାଜ ର କଲ୍ୟାଣ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଜଗନ୍ନାଥ ପ୍ରସାଦ ୱେବମିଡ଼ିଆ ୟୁନିୟନ ର ସୁପରିଚାଳନା ପାଇଁ ନୂତନ କର୍ମକର୍ତ୍ତା ସର୍ଵସମ୍ମତି ରେ ଚୟନ କରାଯାଇଥିଲା । ସଭାପତି ରୂପେ ନିରାକାର ସାହୁ ଚୟନ ହୋଇଥିଲେ, ସେହିପରି ଉପସଭାପତି ରୂପେ ସନ୍ତୋଷ କୁମାର ଜେନା, ସମ୍ପାଦକ ରୂପେ ମନୋଜ କୁମାର ଗୌଡ଼, ସହ-ସମ୍ପାଦକ ରୂପେ ଜଗନ୍ନାଥ ପ୍ରଧାନ,କୋଷାଧ୍ୟକ୍ଷ ରୂପେ ଗିରିଶ ସାହୁ,ମୁଖ୍ୟ ସଂଗଠକ ରୂପେ ପବିତ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ରୂପେ ପ୍ରିୟବ୍ରତ ନାୟକ, ଆଶିଷ କୁମାର ଗୌଡ଼, ସୂର୍ଯ୍ୟ ନାରାୟଣ ପଣ୍ଡା,ଓ ଲଷ୍ମୀ ନାରାୟଣ ବେହେରା ପ୍ରମୁଖ ଚୟନ ହୋଇଥିଲେ।

LEAVE A REPLY

Please enter your comment!
Please enter your name here