ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ବିମାନ ବନ୍ଦର ଦାବି ଜୋର ଧରିଲା

0
247

ବ୍ରହ୍ମପୁର:ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଏବଂ ଅନ୍ୟ ସାମାଜିକ ସଂଗଠନର ମିଳିତ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ବିରୁଦ୍ଧରେ ଷଡ଼ଯନ୍ତ୍ର ବନ୍ଦ କରି ବ୍ରହ୍ମପୁର ଠାରେ ନିତିଦିନିଆ ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏକ ବିରାଟ ପ୍ରତିିବାଦ ସଭା ଖଲ୍ଲିକୋଟ କଲେଜ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସର୍ବ ପୁରାତନ ସହର ଓ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଓ ସମଗ୍ର ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାର ତଥା ପ୍ରଶାସନର କ୍ରମାଗତ ବୈମାତୃକ ଓ ଉଦାସୀନତା ମନୋଭାବକୁ ତୀବ୍ର ବିରୋଧ କରାଯାଇଥିଲା ।ବ୍ରହ୍ମପୁର ଠାରେ ଗ୍ରୀନଫିଲଡଡ୍ ପ୍ରତିଷ୍ଠା ର ନାଁ ନେବାକୁ ରାଜ୍ୟ ସରକାର କୁଣ୍ଠା ବୋଧ କରୁଛନ୍ତି,ସହରର କଳେବର ୧୯୮୦ରୁ ବଢ଼ିନି,ରିଙ୍ଗ ରୋଡ ନିର୍ମାଣ ହୋଇପାରିଲା ନାହିଁ,ହାଇକୋର୍ଟ ବେଞ୍ଚ ହୋଇ ପାରିଲା ନାହିଁ,ଭାରତମାଳା ରାସ୍ତା ପୁରୀରୁ ଗୋପାଳପୁର କରାଇ ଦିଆଯାଉ ନାହିଁ କିମ୍ବା ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ କୌଣସି ପଦକ୍ଷେପ ନିଆ ହେଉନାହିଁ ।ତେଣୁ ଏହି ଜିଲ୍ଲା ରୁ ପ୍ରାୟ ୧୫ରୁ ୨୦ ଲକ୍ଷ ଲୋକ ଜୀବିକା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି ।ଏହି ଆଞ୍ଚଳିକ ବୈଷମ୍ୟ ରାଜ୍ୟର ଭବିଷ୍ୟତ ପାଇଁ ହିତକର ନୁହଁ ବୋଲି ବକ୍ତା ମାନେ ଆଜି ମତ ବ୍ୟକ୍ତ କରିଥିଲେ ।ରାଜ୍ୟ ସରକାର ବ୍ରହ୍ମପୁର ଠାରେ ବିମାନ ବନ୍ଦର ନାଁରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ।ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ କୋଣାର୍କରେ ଦୁଇଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର, ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ଓ ୫୦ କିମି ଦୂରରେ ଥିବା ହୀରାକୁଦ ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏହାଛଡା ଉତ୍କେଳା,ଜୟପୁର, ମାଲକାନଗିରି,ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡ଼ିଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରକୁ ବାରମ୍ବାର ଉପେକ୍ଷା କରାଯାଉଛି ।ବ୍ରହ୍ମପୁରରେ ଜାଣିଶୁଣି ବିମାନ ବନ୍ଦର ପ୍ରତିଷ୍ଠା କରେଇ ଦିଆଯାଉ ନାହିଁ ।ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଥର ମଧ୍ୟ ପ୍ରସ୍ତାବ ପଠାଇ ନାହାଁନ୍ତି ଓ ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି ।ଯେଉଁ ଜିଲ୍ଲାରୁ ନିର୍ବାଚିତ ହୋଇ ନବୀନ ବାବୁ ୫ ଥର ମୁଖ୍ୟମନ୍ତ୍ରୀ ହେଲେ ସେହି ଜିଲ୍ଲା ପ୍ରତି ଏ ଘୃଣା ଭାବ କାହିଁକି ବୋଲି ବକ୍ତା ମାନେ ଆଜି ପ୍ରଶ୍ନ କରିଥିଲେ ।ଯଥାଶୀଘ୍ର ବ୍ରହ୍ମପୁର ଠାରେ ଗ୍ରୀନ୍ ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବା ସହ ଅନିର୍ଦ୍ଦିଷ୍ଟ କାଳପାଇଁ ଆମରଣ ଅନସନରେ ବସିବାକୁ ଫୋରମ୍ ତରଫରୁ ଚେତାବନୀ ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ଫୋରମ୍ ର ସଚିବ ଭି.ସୋମେଶ୍ୱର ରାଓ,ପ୍ରିତୀଷ ପାଣିଗ୍ରାହୀ,ମାନସ ରଞ୍ଜନ ପାତ୍ର, ସନ୍ତୋଷ କୁମାର ସାହୁ,କିରଣ କୁମାର ପଣ୍ଡା,ପଞ୍ଚାନନ ପ୍ରଧାନ, ବାଳକୃଷ୍ଣ ସାମନ୍ତରାୟ,ଟି.ସୁଦେଶ ପାତ୍ର,ରମେଶ ଚନ୍ଦ୍ର ସାହୁ,ଧର୍ମା ରାଓ,ନାରାୟଣ,ଏନ.କାନ୍ତା ରାଓ, ଇପାରି ତିରୁପତି,ଏସ.ଶିବ ପ୍ରସାଦ ରାଓ,ଏସ.ସୋମେଶ୍ୱର ରାଓ,ଜେ. ଶଙ୍କର ରାଓ,ଏସ.ଲୋକନାଥନ, ଇପାରୀ ରାଜୁ ପାତ୍ର,ଜେ.ଗୋପାଳ, ପି.ଭେଙ୍କଟ ରମଣ,ଏ.ରମେଶ ପାତ୍ର,କେ.ଚିନା ,ଜଗନ୍ନାଥ ପାଣିଗ୍ରାହୀ,ବାପୁଜୀ ରଞ୍ଜନ ପୃଷ୍ଟି, ସତିଶ,ବାଲାଜୀ ପାତ୍ର,ଡି.ଅଜିତ ପାତ୍ର,ଜି.ରାଜେନ୍ଦ୍ର ପ୍ରସାଦ,ସଞ୍ଜୀବ ସୁବୁଦ୍ଧି,ସୀତାରାମ ସାହୁ,ପିନାକୀ ପାଢ଼ୀ,ଏ.କିଶୋର,ଏ.ଆଶୋକ,ଏ. ତ୍ରିପତି,ଏସ୍.ବଦ୍ରି,ଜେ.ମନ୍ମଥ,ରମେଶ ରାଓ, ଚିନାରି ରବୀନ୍ଦ୍ର ନାଥ,ଲେଖକ ସମାଜର ଡ଼ଃ କୈଳାଶ ତ୍ରିପାଠୀ,ଆର୍ଟିଆଇ ଏକ୍ଟିଭିଷ୍ଟ୍ ବି.ଶଙ୍କର ପାତ୍ର, ବିରଞ୍ଚି ନାରାୟଣ ସାହୁ, ଗୌରୀ ଶଙ୍କର ମହାନ୍ତି, ସୁବ୍ରତ ରଥ, ଦିଲ୍ଲିପ ମହାରଣା ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ଖଲ୍ଲିକୋଟ କଲେଜର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here