ପଞ୍ଚଭୂତି ସେବା ସମବାୟରେ ଚାଷୀକୁ ମିଳୁନି ଆବଶ୍ୟକ ୟୁରିଆ :ସାର ପାଇଁ ଚାଷୀ ହନ୍ତସନ୍ତ

0
360

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ 266ଟଙ୍କା50ପଇସା ବଦଳରେ ବସ୍ତା ପିଛା 500 ରୁ 600 ଟଙ୍କା ଦେଇ କଳାବଜାରୀ ପାଖରୁ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି I ବର୍ତ୍ତମାନ ଧାନ ରୁଆ ସରିବା ପରେ ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ମୋକା ଧରିବା ପାଇଁ ୟୁରିଆ ସାରର ଆବଶ୍ୟକ ରହିଛି I ବର୍ତ୍ତମାନ ସରକାର ସେବା ସମବାୟ ସମିତି ଜରିଆରେ ସାର ଯୋଗାଇ ଦେଉଛନ୍ତି I କିନ୍ତୁ ଆବଶ୍ୟକ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆ ଯାଉନାହିଁ । 450ସାର ବସ୍ତାକୁ ଏକ ହଜାର ଲୋକ ଯାହା ଫଳରେ ସାମାଜିକ ଦୂରତାକୁ ଫୁ କରି ଏକତ୍ରିତ ହୋଇ ସାର ନେବା ପାଇଁ ଲଢ଼େଇ କରୁଛନ୍ତି I ଯାହା ଦ୍ଵାରା କୋଭିଡ-19 ନିୟମକୁ ଉଲ୍ଲଂଘନ କରିବା ସହ ନିଜକୁ ବିପଦ ମୁଖକୁ ଟାଣି ନେଉଛନ୍ତି I ଯାହାର ଉଦାହରଣ ଦେଖିବାକୁ ମିଳିଛି ଜଗନ୍ନାଥ ପ୍ରସାଦ ବ୍ଲକ୍ ପଞ୍ଚଭୂତି ପଞ୍ଚାୟତରେ I ଆଜି ପଞ୍ଚଭୂତି ସେବା ସମବାୟ ସମିତି ଦ୍ଵାରା ସାର ଯୋଗାଇ ଦିଆଯିବ ବୋଲି ପ୍ରଚାରିତ ହେବାପରେ ହଜାର ହଜାର ଚାଷୀ ଏକତ୍ରିତ ହୋଇ ଥିଲେ
। ପଯ୍ୟାପ୍ତ ପରିମାଣ ର ସାର ଅସୁନଥିବା ରୁ କିଛି ଚାଷୀ ସାର ନ ପାଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା । ଏଣୁ ସରକାର ଚାଷୀମାନଙ୍କୁ ତୁରନ୍ତ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବା ପାଇଁ ବିଭିନ୍ନ ଚାଷୀ ସଂଗଠନ ଦାବି କରିଛନ୍ତି I ଏ ଦିଗରେ ଯଦି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ବୋଲି କହିଛନ୍ତ । ଏବେ ଧାନ ରୁଆ ସମୟ ଚାଲୁଥିବା ବେଳେ ପିଡ଼ିଆ (ସାର୍)ର ଘୋର ଅଭାବ ଦେଖା ଦେଇଛି । ଚାଷୀମାନଙ୍କ ଚିନ୍ତା ଆହୁରି ବଢ଼ିଯାଇଛି । ସୂଚନା ଅନୁସାରେ ଆଜି ପଞ୍ଚଭୂତି ଗ୍ରାମରେ ଥିବା ସୋସାଇଟି କୁ ଚାଷୀ ମାନେ ପିଡ଼ିଆ ଆଣିବାକୁ ଯାଇଥିଲେ ହେଲେ ସେମାନଙ୍କୁ ପିଡ଼ିଆ ମିଳିନଥିଲା ନିରାଶ ହୋଇ କିଛି ଚାଷୀ ମାନେ ଘରକୁ ଫେରିଆସିଥିଲେ । ହେଲେ ଗ୍ରାମର ବଡ଼ବଡ଼ିଆ ଲୋକ ମାନଙ୍କୁ ପିଡ଼ିଆ ରାତି ଅଧିଆ ମିଳିଯାଉଛି ହେଲେ ଜଣେ ନିରୀହ ଗରିବ ଚାଷୀଟିକୁ କାହିଁକି ପିଡ଼ିଆ ମିଳିଲା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଗୋଚର କରି ନିରୀହ ଚାଷୀ ମାନଙ୍କୁ ନ୍ୟାୟ ମିଳୁ ବୋଲି ସାଧାରଣ ରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here